Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଦକ୍ଷିଣ ଦିଗ ଆଣିଥାଏ ସୁଖ

    Share on :
    ajab-Image
    Date: Jul 11, 2023    Views: 9460

    ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ରରେ ଦିଗର ଗୁରୁତ୍ୱ ରହିଛି । ଏଥିଲାଗି ଘର ତିଆରି କରିବା ସମୟରେ ପ୍ରଥମେ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଯଦି ଦିଗ ଅନୁସାରେ ଘର ନିର୍ମାଣ, ଗୃହକର୍ତାଙ୍କ ଜୀବନରେ ସଙ୍କଟ ଆସିଥାଏ । ଏହା ବ୍ୟତୀତ ଅନ୍ୟ ବହୁ ସମସ୍ୟା ଦେଖିବାକୁ ମିଳିଥାଏ । ଦକ୍ଷିଣ ଦିଗରେ ଜିନିଷ ରହିଲେ ଘର ପାଇଁ ଶୁଭ ହେବା ସହ ସୁଖ ସମୃଦ୍ଧି ଆଣିଥାଏ ।

    -ଦକ୍ଷିଣ ଦିଗରେ ଉଡ଼ନ୍ତା ଚଢେଇ ଫଟୋ ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହାକୁ ଦକ୍ଷିଣ ଦିଗରେ ଲଗାଇବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହି ଫଟୋକୁ ଲିଭିଂ ରୁମରେ ଲଗାଇବା ଦ୍ୱାରା ଶୁଭ ବୋଲି ବାସ୍ତୁରେ ବିଶ୍ୱାସ ରହିଛି । 

    - ଘରେ ଜେଡ଼ପ୍ଲାଂଟ ଲଗାଇବା ଦ୍ୱାରା ବହୁ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ପ୍ଲାଂଟକୁ ଡ଼୍ରଇଂରୁମର ଦକ୍ଷିଣ ଦିଗରେ ଲଗାଇବା ଖୁବ୍ ଶୁଭ । ଏହାଦ୍ୱାରା ଘରକୁ ସମୃଦ୍ଧି ଆସିଥାଏ । 

    - ଦାମୀ ଜିନିଷ ଓ ଜୁଏଲାରୀ ମଧ୍ୟ ଏହି ଦିଗରେ ରଖିବା ଶୁଭ ହୋଇଥାଏ । ଏହାଦ୍ୱାରା କେବେ ଧନର ଅଭାବ ହୋଇନଥାଏ । ଏହା ଦ୍ୱାରା ଘରକୁ ସୁଖଶାନ୍ତି ଓ ସମୃଦ୍ଧିର ଆଗମନ ହୋଇଥାଏ । ଦକ୍ଷିଣ ଦିଗରେ ଝାଡ଼ୁ ରଖିବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଧନ ଲାଭ ହେବା ସହ ପରିବାର ସଦସ୍ୟଙ୍କ କ୍ୟାରିୟର ଉନ୍ନତି ହୋଇଥାଏ । 

     

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook