ମୁଖ୍ୟ ଖବର
କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ବେଙ୍ଗଲ କି୍ରକେଟ ଆସୋସିଏସନ (ସିଏବି) ର ଯୁଗ୍ମ ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ ଏବେ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିପାଇଁ ସୌରଭ, ତାଙ୍କ ପତ୍ନୀ ଡୋନା, ଝିଅ ସାନା, ମା ସହ ପରିବାରର ସମସ୍ତେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଅନଲକ ୱାନ ପରଠାରୁ ପଶ୍ଚିମବଙ୍ଗ ସହ ସମଗ୍ର ଦେଶରେ କରୋନା ତାର ପ୍ରଭାବ ବିସ୍ତାର କରିଚାଲିଛି । କି୍ରକେଟଠାରୁ ଆରମ୍ଭ କରି ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ କାହାକୁ ମହାମାରୀ କରୋନା ଛାଡ଼ୁନି । ଜୁନ ମାରେ ସ୍ନେହାଶିଷଙ୍କ ପତ୍ନୀଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ସ୍ନେହାଶିଷଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ପରେ କି୍ରକେଟ ମହଲରେ ଉଦବେଗ ପ୍ରକାଶ ପାଇଛି । ସ୍ନେହାଶିଷ ପାରିବାରିକ ବ୍ୟବସାୟରେ ସମୟ ଦେଉଛନ୍ତି ଓ ନିୟମିତ ଫ୍ୟାକ୍ଟି୍ର ଗସ୍ତ କରୁଛନ୍ତି । ତେଣୁ ସେ କରୋନା ସଂକ୍ରମିତ ହେବା ସ୍ୱାଭାବିକ ବୋଲି ସୌରଭ ପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ