Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଲେଖିଯାଇଥିବା ସଂଳାପକୁ କହିବା ପାଇଁ ଅରୁଣଙ୍କୁ ବାଧ୍ୟ କରାଯାଇଛି: ସୌମ୍ୟରଞ୍ଜନ

    Share on :
    ajab-Image
    Date: Sep 8, 2023    Views: 3680

    ଭୁବନେଶ୍ୱର: ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମାଲୋଚନାର କଡ଼ା ଜବାବ୍ ରଖିଛନ୍ତି ଖଣ୍ଡପଡ଼ା ବିଧାୟକ । ଅରୁଣ ସାହୁଙ୍କ ସମାଲୋଚନା ପ୍ରସଙ୍ଗରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି – ସେ କ’ଣ ସାର୍ଟିଫିକେଟ୍ ଦେବେ ? ସେ କହି ନାହାନ୍ତି ବରଂ ତାଙ୍କ ମୁହଁରେ କୁହାଯାଇଛି ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ପାଲଟା ଆକ୍ରମଣ କରିଛନ୍ତି ।

    ମନ୍ତ୍ରୀ ପଦ ହରାଇଛନ୍ତି ବୋଲି ତାଙ୍କୁ ଲାଗୁଥାଇପାରେ, ଜୀବନର ବଡ଼ ମୂଲ୍ୟବାନ ଜିନିଷ ମନ୍ତ୍ରୀପଦ । ତେବେ ସମ୍ପାଦକୀୟ ଲେଖା ଉପରେ ପ୍ରତିକିୟା ରଖିବାକୁ ଅରୁଣ ବାବୁଙ୍କୁ ୧୪ ଦିନ ଲାଗିବା ମୋତେ ଆଶ୍ଚର୍ୟ୍ୟ କରୁଛି ବୋଲି ଖଣ୍ଡପଡ଼ା ବିଧାୟକ କହିଛନ୍ତି । ଏହା ତାଙ୍କ ମନର କଥା କିମ୍ବା ହୃଦୟ କଥା ନୁହେଁ । ଲେଖିଯାଇଥିବା ସଂଳାପକୁ କହିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଛି । ଏଥିପାଇଁ ତାଙ୍କୁ କ୍ଷମା କରିଦେଉଛି ବୋଲି କହିଛନ୍ତି, ସୌମ୍ୟରଞ୍ଜନ  ପଟ୍ଟନାୟକ ।

    ଅରୁଣ ସାହୁ ଅଭିଯୋଗ ଆଣି କହିଥିଲେ-ବ୍ଲାକମେଲିଂ କରିବାରେ ସଫଳ ନହେବାରୁ ସୌମ୍ୟ ପଟ୍ଟନାୟକ ଉଗ୍ର ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ୍ କରିବା ଅସ୍ତିରତାର ଲକ୍ଷଣ ବୋଲି ଅରୁଣ ଅଭିଯୋଗ କରିଥିଲେ । ଏପଟେ ଅରୁଣ ସାହୁଙ୍କୁ ସମାଲୋଚନା କରିଛନ୍ତି- ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଅରୁଣ ସାହୁଙ୍କୁ ଯାହା କୁହାଯାଇଛି, ସେ ତାହା କହୁଛନ୍ତି ବୋଲି ମତ ରଖିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook