Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯାହାକୁ ଆଗରୁ ଖୋଜିଲେ ମିଳୁ ନ ଥିଲେ, ସେମାନେ ଗାତରୁ ବାହାରି ସମ୍ବାଦିକ ସମ୍ମିଳନୀ କରୁଛନ୍ତି

    Share on :
    ajab-Image
    Date: Sep 21, 2024    Views: 2907

    ଭୁବନେଶ୍ୱର:ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

    ସେ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ବୋଲି କହି ହେବନାହିଁ। ଏହି ସରକାରକୁ ଅଧିକ ସମୟ ଦେବାକୁ ପଡ଼ିବ। ୨୫ ବର୍ଷର ସରକାରର ଅବସାନ ପରେ ୧୦୦ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ।

    ସୌମ୍ୟ କହିଛନ୍ତି, ଯାହାକୁ ଆଗରୁ ଖୋଜିଲେ ମିଳୁ ନ ଥିଲେ, ସେମାନେ ଗାତରୁ ବାହାରି ସମ୍ବାଦିକ ସମ୍ମିଳନୀ କରୁଛନ୍ତି ଓ ସରକାରଙ୍କୁ ନିନ୍ଦା କରୁଛନ୍ତି। ସେମାନେ ବୋଧେ ହୁଏ ନିଜ ଅମଳ କଥା ଭୁଲି ଯାଉଛନ୍ତି। ମୁଁ ଭାବୁଛି ସରକାରଙ୍କୁ ଟିକିଏ ଅଧିକ ସମୟ ଦେବା ଦରକାର। ସରକାରଙ୍କୁ ୨୦୦ ଦିନ ସମୟ ଦେବା  ଦରକାର। ଯଦି ଡିସେମ୍ବର ମାସ ସୁଦ୍ଧା ସରକାରଙ୍କର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ  ତାହାହେଲେ ଆମେ କହିବା। ସୌମ୍ୟଙ୍କ ସମାଲୋଚନା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

    ଗତକାଲି ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook