Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୌମ୍ୟରଞ୍ଜନଙ୍କୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ

    Share on :
    ajab-Image
    Date: Oct 2, 2023    Views: 3430

    ଭୁବନେଶ୍ବର: ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ବ୍ୟକ୍ତିଗତ କାରଣରୁ ସେ ଅବ୍ୟାହତି ନେଇଥିବା କହିଛନ୍ତି । ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ବାଦର ନୂଆ ସଂପାଦକ ଭାବେ କାର୍ୟ୍ୟଭାର ଗ୍ରହଣ କରିଛନ୍ତି । ୧୯୮୪ରେ ସମ୍ବାଦ ପ୍ରତିଷ୍ଠା ହେବା ଠାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ ।

     ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇବା ପରେ ତାଙ୍କୁ ବିଜେଡିର ବରିଷ୍ଠ ଉପସଭାପତି ପଦବୀରୁ ବହିଷ୍କାର କରାଯାଇଥିଲା । ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା।

    ପରେ  ‘ଲୋନ୍‌ ସ୍କାମ୍‌ ନେଇ ଇଓଡବ୍ଲୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଥିଲେ । ସୂଚନାନୁଯାୟୀ, ସୌମ୍ୟ ରଞ୍ଜନଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଛି। ସମ୍ବାଦର ପୂର୍ବତନ କର୍ମଚାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ଖ)ରେ ମାମଲା ରୁଜୁ ହୋଇଛି। ଆହୁରି ଅନେକ କର୍ମଚାରୀ ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ବ୍ୟାଙ୍କ ସ୍କାମର ମଧ୍ୟ ଅଭିଯୋଗ ରହିଛି। ଜାଲ୍ ଡକ୍ୟୁମେଣ୍ଟ ଦେଇ ୩୦୦ରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କ ନାଁରେ ଋଣ ନିଆଯାଇଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook