Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ?ଏଭଳି କାହିଁକି ସୌମ୍ୟ କହିଲେ ଜାଣନ୍ତୁ

    Share on :
    ajab-Image
    Date: Mar 6, 2023    Views: 3789

    ଭୁବନେଶ୍ୱର: ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ। ହେଲେ ତାଙ୍କ ନାମରେ ନାମିତ ଦଳ ଯଥା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି। ଏହା ଚାଲିବ ମଧ୍ୟ। କିନ୍ତୁ  କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ଏଭଳି କ୍ଷମତା ଉପଭୋଗ କରିବାର ଯୋଗ୍ୟତା ତୁମର ଅଛି କି ନାହିଁ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ପାରାଦୀପରେ ଆୟୋଜିତ ବିଜୁ ଜନ୍ମୋତ୍ସବ ଅବସରରେ ଯୋଗ ଦେଇ  ଶ୍ରୀ ପଟ୍ଟନାୟକ ଏଭଳି କହି ବିଜେଡିକୁ କଟାକ୍ଷ କରିଛନ୍ତି ।

    ସୌମ୍ୟ ଆହୁରି କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ବିଷୟରେ କାହାଣୀ ଶୁଣିବାକୁ ଭଲ ଲାଗୁଛି। ହେଲେ ଓଡ଼ିଆରେ କଥା ଅଛି ‘ମୋ ଅଜାଙ୍କ ନିଜ ନିଶ ଥିଲା, ହେଲେ ମୋର ତ ନାହିଁ’। ଅଜାଙ୍କ ନିଶକୁ ନେଇ ଆମେ କେତେ ଦିନ ଗର୍ବ କରିବା? ବିଜୁଙ୍କ ପଟ୍ଟନାୟକଙ୍କ ନିଶ, ସାହସ, ନିର୍ଭିକତା ଓ ସପ୍ନକୁ ନେଇ କେତେ ଦିନ ଗର୍ବ କରିବା? ମୋର ନ ହେଲା ନାହିଁ ମୋ ଅଜାର ନିଶ ଥିଲା। ଏସବୁ ଅଭ୍ୟାସ ବେଶି ଦିନ ଚାଲିବ ନାହିଁ। ଆମେ ଯଦି ତାଙ୍କ ଭଳି ହୋଇପାରିବା ତାହାହେଲେ ତାଙ୍କ ଜନ୍ମଦିନ ପାଳନ କରିବା ଠିକ୍ ହେବ। ଅଜାଙ୍କ ନିଶ ଥିଲା କହି ଗର୍ବ ଅର୍ଜନ କଲେ ତୁମକୁ କେହି ଆଉ ସମ୍ମାନ ଦେବେ ନାହିଁ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।
    କିଛି ଦିନ ତଳେ କଟକର ଦି ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ୟ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook