Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାଲି ଖାଦାନ ପାଇଁ ଏସଓପି ଜାରି

    Share on :
    ajab-Image
    Date: Mar 23, 2025    Views: 3054

    ଭୁବନେଶ୍ୱର:  ରାଜ୍ୟରେ ବେଆଇନ୍  ବାଲି ଚାଲାଣ ରୋକିବା ପାଇଁ  ବାଲି ଖାଦାନ ପରିଚାଳନା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି ଆସିଛି । ଲଘୁ ଖଣିଜ ନିଦେ୍ର୍ଧଶାଳୟ ପକ୍ଷରୁ ଏସ୍ଓପି ଜାରି ହୋଇଛି ।
    ଏସ୍ଓପି ଅନୁଯାୟୀ ବାଲି ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ କମିଟି ଗଠନ ହେବ । ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବେ । କେଉଁ ଖାଦାନରୁ ବାଲି ଉତୋଳନ ହେବ, ତାହା ଚୟନ କରିବ ଏହି କମିଟି । ଏଥିରେ ସଦସ୍ୟ ଭାବେ ଉପଜିଲ୍ଲାପାଳ, ଏସ୍ପି, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ), ଜିଲ୍ଲା ଉନ୍ନୟନ ଅଧିକାରୀ, ରାଜସ୍ୱ ବିଭାଗ ଏଡିଏମ୍, ଜିଲ୍ଲା ଖଣି ଅଧିକାରୀ ରହିବେ । ୨ ଜଣ ବିଡିଓ ଏବଂ ୨ ଜଣ ତହସିଲଦାର ମଧ୍ୟ ସଦସ୍ୟ ରହିବେ, ଯେଉଁମାନଙ୍କୁ ଜିଲ୍ଲାପାଳ ମନୋନୀତ କରିବେ । ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଏହି କମିଟିର ଆବାହକ ରହିବେ  ।

    Maximum 500 characters

    ତାଜା ଖବର View all

    Find Us on Facebook