Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କମେଡି ଦୃଶ୍ୟ ପାଇଁ କାନ୍ଦିଥିଲେ ସୋନୁ

    Share on :
    ajab-Image
    Date: Aug 1, 2022    Views: 4443

    ସୋନୁ ସୁଦ ତାଙ୍କ ପୁରୁଣା ଦିନର କାଥାକୁ କ୍ୟାମରା ଆଗରେ କହିଛନ୍ତି । ୨୦୦୮ରେ ‘ସିଙ୍ଗ ଇଜ୍ କିଙ୍ଗ’ ମୁକ୍ତିଲାଭ କରିଥିଲା । ଏହି କମେଡି ଚଳଚ୍ଚିତ୍ରରେ ସୋନୁ ଗୁଣ୍ଡା ଭୂମିକାରେ ଅଭିନୟ କରିଥିଲେ । ୨୦୦୭ ଅକ୍ଟୋବର ମାସରେ ଘଟଣା । ଅଷ୍ଟ୍ରେଲିଆରେ ସୁଟିଂସମୟରେ ସୋନୁ ଖବର ପାଇଲେ ,ରାତିରେ ସୋଇଥିବା ବେଳେ ତାଙ୍କ ମାଙ୍କର ସୃତୁ୍ୟ  ହୋଇଛି । ଖବର ଶୁଣିବା ପରେ ତାଙ୍କ ହାତ ଥରିଲା । ଟିକେଟ କାଟି କେମିତି ଘରକୁ ଆସିବେ ,ସେ ସାହାସ ପାଉନଥିଲା । ୟୁନିଟ୍ ଲୋକତାଙ୍କୁ ସବୁ ପ୍ରକାର ସାହାର୍ଯ୍ୟ କରି ତାଙ୍କୁ ଘରକୁ ପଠାଇଲେ ।

    କାମ ସବୁ ସରିବା ପରରେ ସୋନୁ କିଛି ସପ୍ତାହ ପରେ ପୁଣି ଅଷ୍ଟ୍ରେଲିଆ ସୁଟିଂରେ ଯୋଗ ଦେଲେ । ମା’ଙ୍କ ମୃତୁ୍ୟରେ ସେ ଭାଙ୍ଗିପଡିଥିଲେ । ପ୍ରତିଟି ଦୃଶ୍ୟରେ କମେଡି କରିବା ଏତେ ସହଜ କଥା ନୁହେଁ । ଏଭଳି ପରିସ୍ଥିତିରେ ହସ ଦୃଶ୍ୟରେ ଅଭିନୟ କରିବା ତାଙ୍କ ପାଇଁ ଖୁବ କଷ୍ଟକର ଥିଲା । ଦୃଶ୍ୟ ପୂର୍ବରୁ  ସେ ଗୋଟାଏ କୋଣରେ ଲୁଚି  ବହୁତ କାନ୍ଦିଥିଲେ । ଧୀରେଧୀରେ ପୂରା ୟୁନିଟ୍ ଏକଥା ଜାଣିବା ପରେ ସୋନୁଙ୍କୁ  କିଛି ସମୟ ଏକାନ୍ତରେ ଛାଡିଥିଲେ । ସମୟ କ୍ରମେ ସବୁ ସ୍ୱାଭାବିକ ହେଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook