ମୁଖ୍ୟ ଖବର
ନୂଆଦିଲ୍ଲୀ : କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଝଟକା । ସୋନିଆଙ୍କ ନାଗରିକତା ଉପରେ ଆଙ୍ଗୁଠି ଉଠାଇଲେ କୋର୍ଟ । ଭାରତର ନାଗରିକ ହେବା ପୂର୍ବରୁ କେମିତି ଭାରତୀୟ ଭୋଟର ହୋଇଗଲେ ସୋନିଆ ଗାନ୍ଧି ? ୧୯୮୦ରେ ଭୋଟର ତାଲିକାକୁ ନେଇ ଅକଳରେ ସାଂସଦ ସୋନିଆ ଗାନ୍ଧି ଏବଂ କଂଗ୍ରେସ ଦଳ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ ନୋଟିସ୍ ଆସିଛି। ଅଦାଲତରେ ଏକ ଯାଚିକା ଖାରଜ ହେବା ପରେ ତାଙ୍କ ବିରୋଧରେ ରିଭିଜନ ପିଟିସନ ଦାଖଲ ହୋଇଥିଲା। ଏହି ପିଟିସନର ବିଚାର କରି ଏବେ ଅଦାଲତ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି।
ସୂଚନାନୁଯାୟୀ, ବିକାଶ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି କୋର୍ଟରେ ଅଭିଯୋଗ କରିଥିଲେ ଯେ, ୧୯୮୩ ମସିହାରେ ସୋନିଆ ଗାନ୍ଧି ଭାରତର ନାଗରିକତା ଗ୍ରହଣ କରିଥିଲେ। ହେଲେ ଏହାର ୩ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୮୦ରେ ତାଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରାଯାଇଥିଲା। ମାଜିଷ୍ଟ୍ରେଟ୍ ଏହି ଯାଚିକାକୁ ଖାରଜ କରିଦେଇଥିଲେ। ଏହାପରେ ଅଭିଯୋଗକାରୀ ସେସନ କୋର୍ଟରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରିଥିଲେ। ଏହି ମାମଲାରେ ବିଚାର କରି କୋର୍ଟ ଏବେ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ ତାରିଖରେ ହେବ।
Comments ସମସ୍ତ ମତାମତ