ମୁଖ୍ୟ ଖବର
ତିରୁଅନନ୍ତପୁରମ: ଚଳିତମାସ ୯ ଓ ୧୧ରେ ଦୁଇଟି ପର୍ୟ୍ୟାୟରେ କେରଳରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସିପିଏମଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ଇତିମଧ୍ୟରେ ଏହି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ତେବେ କୌତୂହଳର ପ୍ରସଙ୍ଗ ହେଉଛି ବିଜେପି ପକ୍ଷରୁ ଏହି ନିର୍ବାଚନରେ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ସମ୍ବାଦ ପାଠକଙ୍କୁ ଦ୍ବନ୍ଦ୍ବରେ ପକାଇବା ସ୍ବାଭାବିକ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ ସହ ମେଳ ଖାଉଥିବାରୁ ବିଜେପି ପ୍ରାର୍ଥୀ ସୋନିଆ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୩୪ ବର୍ଷୀୟା ସୋନିଆ ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା ସ୍ବର୍ଗତ ଡି.ରାଜଙ୍କ କନ୍ୟା। ସୋନିଆ ଗାନ୍ଧୀଙ୍କ ନାମ ଅନୁଯାୟୀ ରାଜ ସେତେବେଳେ ନିଜ ଝିଅଙ୍କ ନାମ ଓ ସାଙ୍ଗିଆ ସୋନିଆ ଗାନ୍ଧୀ ରଖିଥିଲେ। ପରବର୍ତ୍ତୀ ସମୟରେ ସୋନିଆ ସୁବାସ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସୁବାସ ଜଣେ ବିଜେପି ନେତା ହୋଇଥିବାରୁ ପତ୍ନୀଙ୍କୁ ଦଳରେ ସାମିଲ କରିବା କଷ୍ଟକର ନଥିଲା। ସୋନିଆ ମୁନ୍ନାର ସହରର ୧୬ ନମ୍ବର ୱାର୍ଡରୁ ପ୍ରାର୍ଥୀ ହୋଇଛନ୍ତି।
Comments ସମସ୍ତ ମତାମତ