Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସରେ ସୋନିଆ ଗାନ୍ଧୀଙ୍କ ଯୁଗ ଶେଷ

    Share on :
    ajab-Image
    Date: Oct 27, 2022    Views: 3913

    ନୂଆଦିଲ୍ଲୀ: କଂଗ୍ରେସରେ ଶେଷ ହୋଇଛି ସୋନିଆ ଗାନ୍ଧୀଙ୍କ ଯୁଗ । ପ୍ରାୟ ୨୦ବର୍ଷ ସଭାପତି ଦାୟିତ୍ୱରେ ରହିବା ପରେ ବୁଧବାର ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ସୋନିଆ । ଆଉ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ପ୍ରାୟ ୨୪ବର୍ଷ ପରେ ଦଳକୁ ଅଣଗାନ୍ଧୀଙ୍କ ହାତକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ୱ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଔପଚାରିକାତା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳର ସଭାପତି ଭାବେ ଶେଷ ସମ୍ବୋଦ୍ଦନ କଲାବେଳେ ଭାବବିହ୍ୱଳ ହୋଇପଡିଥିଲେ ସୋନିଆ ଗାନ୍ଧୀ ।
    ଦାୟିତ୍ୱ ନେବା ପରେ କଂଗ୍ରେସ ନେତାମାନଙ୍କୁ ସମ୍ବୋଧିତ କରିଥିଲେ ମଲ୍ଲିକାଜୁନ ଖଡଗେ । କହିଥିଲେ, ଦଳକୁ ମଜବୁତ କରିବା ପାଇଁ ପାରୁପର୍ୟ୍ୟନ୍ତ ଚେଷ୍ଟା କରିବେ । ଏଥିସହ ଏକ ବଡ ଘୋଷଣା କରିଥିଲେ ଖଡଗେ । କହିଛନ୍ତି, ୫୦ବର୍ଷରୁ କମ ବୟସର ନେତାଙ୍କ ପାଇଁ ଦଳରେ ୫୦ ପ୍ରତିଶତ ପଦବୀ ସଂରକ୍ଷଣ କରାଯିବ । ଅକ୍ଟୋବର ୧୯ ତାରିଖରେ ନିର୍ବାଚନ ଫଳାଫଳରେ ଶଶୀ ଥରୁରଙ୍କୁ ହରାଇ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କର୍ଣ୍ଣାଟକର ଦଳିତ ସମ୍ପ୍ରଦାୟର ୮୦ ବର୍ଷୀୟ ଖଡଗେ ଦ୍ୱିତୀୟ ଦଳିତ ନେତା ଭାବେ ଦେଶର ସବୁଠାରୁ ପୁୂରୁଣା ଦଳ କଂଗ୍ରେସର ସଭାପତି ହୋଇଛନ୍ତି । ୧୩୭ ବର୍ଷର କଂଗ୍ରେସ ଇତିହାସରେ ଷଷ୍ଠଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଯାହାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ବିଜେପି ନେତା ।

    କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେପଟେ ଆଗାମୀ କିଛି ସପ୍ତାହ ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଆସନ୍ତା ବର୍ଷ ହେବାକୁ ଥିବା ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook