Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୋନମ ୱାଙ୍ଗଚୁକ୍‌ଙ୍କ ଅଟକକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି

    Share on :
    ajab-Image
    Date: Mar 14, 2026    Views: 2456

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲଦାଖର ସାମାଜିକ କର୍ମୀ ଏବଂ ଇଞ୍ଜିନିୟର ସୋନମ ୱାଙ୍ଗଚୁକ୍‌ଙ୍କ ଅଟକକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଦ୍ୱାରା ଜାରି ଏକ ବିବୃତିରେ ଏନେଇ ସୂଚନା ଦିଆଯାଇଛି । ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି , ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ କ୍ଷମତା ପ୍ରୟୋଗ କରାଯାଇ ସରକାର ସୋନମ ୱାଙ୍ଗଚୁକ୍‌ଙ୍କ ଅଟକକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ୨୬ ସେପ୍ଟେମ୍ବର ୨୦୨୫ ଠାରୁ ଜେଲ୍‌ରେ ଅଛନ୍ତି। ସମସ୍ତ ଅଂଶୀଦାରଙ୍କ ସହିତ ଗଠନମୂଳକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନାକୁ ସହଜ କରିବା ପାଇଁ ସରକାର ଲଦାଖରେ ଶାନ୍ତି, ସ୍ଥିରତା ଏବଂ ପାରସ୍ପରିକ ବିଶ୍ୱାସର ପରିବେଶ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଉଦ୍ଦେଶ୍ୟ ଦିଗରେ ଏବଂ ଉପଯୁକ୍ତ ବିଚାର-ବିମର୍ଶ ପରେ, ସରକାର ଜାତୀୟ ସୁରକ୍ଷା ଆଇନ କ୍ଷମତା ପ୍ରୟୋଗ କରି ସୋନମ ୱାଙ୍ଗଚୁକ୍‌ଙ୍କୁ ଅଟକକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।
    ସରକାରଙ୍କ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୫ରେ ଲେହରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହେବା ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ୱାଙ୍ଗଚୁକ୍‌ଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ଅନ୍ତର୍ଗତ ଅଟକ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେ ତାଙ୍କ ଅଟକ ଅବଧିର ପ୍ରାୟ ଅଧା ସମୟ କାଟି ସାରିଲେଣି। ସରକାର କହିଛନ୍ତି, ଜନସାଧାରଣଙ୍କ ଚିନ୍ତା ଏବଂ ଦାବିର ସମାଧାନ କରିବା ପାଇଁ ଲଦାଖର ବିଭିନ୍ନ ଗୋଷ୍ଠୀ ଏବଂ ସମ୍ପ୍ରଦାୟ ନେତାଙ୍କ ସହ ପ୍ରଶାସନ ନିରନ୍ତର ଯୋଗାଯୋଗରେ ରହିଛି। ସାମ୍ପ୍ରତିକ ବନ୍ଦ ଏବଂ ପ୍ରତିବାଦ ଏହି ଅଞ୍ଚଳର ଶାନ୍ତିପୂର୍ଣ୍ଣ ପରିବେଶକୁ ବ୍ୟାହତ କରିଛି ।

    ଲଦାଖରେ ଶାନ୍ତି ଏବଂ ପାରସ୍ପରିକ ବିଶ୍ୱାସର ପରିବେଶ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ଵାରା ସମସ୍ତ ପକ୍ଷଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇପାରିବ ବୋଲି ସରକାର କହିଛନ୍ତି। ସେଥିପାଇଁ, ଉପଯୁକ୍ତ ବିଚାର-ବିମର୍ଶ ପରେ, ୱାଙ୍ଗଚୁକ୍‌ଙ୍କ ଅଟକକୁ ସମାପ୍ତ କରିବାର ନିଷ୍ପତ୍ତି ନିଆଯାଇଛି। ସରକାର ଏହା ମଧ୍ୟ ଦୋହରାଇଛନ୍ତି ଯେ, ଲଦାଖର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଆଲୋଚନା ଓ ସହଯୋଗ ମାଧ୍ୟମରେ ଆଞ୍ଚଳିକ ସମସ୍ୟାର ସମାଧାନ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook