Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ୍ ୱାଙ୍ଗଚୁକ୍

    Share on :
    ajab-Image
    Date: Jul 27, 2026    Views: 2325

     ଗୋଟିଏ ସପ୍ତାହ ଧରି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି।ଡିସଚାର୍ଜ ପରେ ସୋନମ ୱାଙ୍ଗଚୁକ ପ୍ରଥମେ ଦିଲ୍ଲୀର ରାଜଘାଟକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ନିଜ ଘର ଲଦାଖକୁ ଫେରିବେ।ସୋନମ ୱାଙ୍ଗଚୁକ ନିଜ 'X' ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, "ଶେଷରେ ମୋତେ ହସ୍ପିଟାଲରୁ ଡିସଚାର୍ଜ କରାଯାଉଛି। ପ୍ରଥମେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି, ତା'ପରେ ପର୍ବତମାଳାକୁ ଫେରିଯିବି।" ସେ ମେଦାନ୍ତ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ଚିକିତ୍ସା ଏବଂ ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।ସୋନମ ୱାଙ୍ଗଚୁକ ନୂଆଦିଲ୍ଲୀର ଜନ୍ତରମନ୍ତରରେ ୨୬ ଦିନ ଧରି ଅନଶନ କରିଥିଲେ। ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ସେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ।
    ଦୀର୍ଘ ୨୬ ଦିନର ଅନଶନ ଯୋଗୁଁ ତାଙ୍କ ଓଜନ ୧୦ କିଲୋଗ୍ରାମରୁ ଅଧିକ କମିଯାଇଥିଲା। ପରେ କକ୍ରୋଚ୍ ଜନତା ପାର୍ଟି (CJP) ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ ଏହି ଆନ୍ଦୋଳନ ଶେଷ ହୋଇଥିଲା। ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ପ୍ରହଲ୍ଲାଦ ଯୋଶୀଙ୍କୁ ନୂତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook