ମୁଖ୍ୟ ଖବର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଙ୍କ ଦ୍ୱାରା ଏକ ଫୁଡ୍ ଷ୍ଟାର୍ଟଅପ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ଆରମ୍ଭ ହୋଇଛି ।
ସୋଆର ୨୦୧୮ ବ୍ୟାଚ୍ର ଛାତ୍ର ସହସ୍ରାଂଶୁ ମହାନ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ରେଷ୍ଟୁରାଂଟର ନାମ ରଖାଯାଇଛି “ସଲ୍ଟ ଆଣ୍ଡ ମଲ୍ଟ” । ସୋମବାର ସୋଆର ଉପସଭାପତିି ଶାଶ୍ୱତି ଦାସ ଏହାର ଉଦ୍ଘାଟନ କରିଛନ୍ତି । ଆଇଟିଇଆର୍ ପରିସରରେ ଥିବା ଫୁଡ୍ କୋର୍ଟରେ ଏହି ରେଷ୍ଟୁରାଂଟ ତଥା କ୍ୟାଂଟିନ୍ ଖୋଲିଛନ୍ତି ମହାନ୍ତି ।
ଏହି ରେଷ୍ଟୁରାଂଟରେ ୨୩୮ ପ୍ରକାରର ଖାଦ୍ୟ ପରିବେଷଣ କରିବାର ବ୍ୟବସ୍ଥା ରଖାଯାଇଛି । ଏଠାରେ ସାଉଥ୍ ଇଣ୍ଡିଆନ୍, ନର୍ଥ ଇଣ୍ଡିଆନ୍ ଓ ଥାଇ ସମେତ ସମସ୍ତ ପ୍ରକାର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଆମିଷ ଓ ନିରାମିଷ ଖାଦ୍ୟକୁ ସୁଲଭ ମୂଲ୍ୟରେ ସୋଆ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।
ଏହି କ୍ୟାଂଟିନ୍ ଉଦ୍ଘାଟନ ସମୟରେ ଶ୍ରୀମତି ଦାସଙ୍କ ସମେତ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇଲେକ୍ଟି୍ରକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା, କମ୍ପୁ୍ୟଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପି୍ରୟବ୍ରତ ପଟ୍ଟନାୟକ ଏବଂ ଆସିଷ୍ଟାଂଟ ପ୍ରଫେସର ସତୀଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ