Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ଶ୍ରୀ' ସମ୍ମାନରେ ସମ୍ମାନିତ ହେଲେ ସୋଆ ଏସ୍ଏଚଏମ୍ ଡିନ୍

    Share on :
    ajab-Image
    Date: Jun 22, 2022    Views: 3946

    ଭୁବନେଶ୍ୱର :  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଡିନ୍ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ଙ୍କୁ ‘ଶ୍ରୀ’ ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଛି । ସାମାଜିକ ଅନୁଷ୍ଠାନ “ପରିଚୟ ଫାଉଣ୍ଡେସନ” ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । 

    ଆତିଥ୍ୟ ଓ ପର୍ଯ୍ୟଟନ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ମିଳିଛି । ବିଭିନ୍ନ କ୍ଷେତ୍ରରେ ନିଜର ଅବଦାନ ଓ ପାରଦର୍ଶିତା ପ୍ରଦର୍ଶନ କରିଥିବା ପୁରୁଷମାନଙ୍କୁ ପରିଚୟ ପାଉଣ୍ଡେସନ ତରଫର ପିତୃ ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

    ପ୍ରଫେସର ମିଶ୍ର ଗ୍ୱାଲିୟର ସ୍ଥିତ ଇନଷ୍ଟିଚୁ୍ୟଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟର ପୂର୍ବତନ ନିଦେ୍ର୍ଧଶକ ରହିଥିବାବେଳେ ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି । 

    ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ, ପଂଚାୟତିରାଜ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ପ୍ରଫେସର ମିଶ୍ରଙ୍କୁ ‘ଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଓ ପରିଚୟ ଫାଉଣ୍ଡେସନ୍ର ସଭାପତି ଶ୍ରୀମତି ରୋଜାଲିନ୍ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook