Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍ୱାକ୍ଷରିତ ହେଲା ସୋଆ ଏବଂ ଆଫ୍ରିକାର ମାକେରେରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗ ନିମନ୍ତେ ବୁଝାମଣା ପତ୍ର

    Share on :
    ajab-Image
    Date: Nov 25, 2021    Views: 3251

    ଭୁବନେଶ୍ୱର : ବିଭିନ୍ନ ଗବେଷଣାଭିତିକ ପ୍ରକଳ୍ପକୁ ନେଇ ସହଭାଗିତା ଭିତିରେ ଜ୍ଞାନର ଆଦାନ ପ୍ରଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଉଗାଣ୍ଡାର କାମ୍ପାଲା ସ୍ଥିତ ମାକେରେରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିକଟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । 
    ଦୁଇ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଶୈକ୍ଷିକ, ବୈଜ୍ଞାନିକ ଏବଂ ପରସ୍ପର ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକଳାପର ଆୟୋଜନ କରିବେ ଏବଂ ଗବେଷକ, ଶିକ୍ଷକ ତଥା ଛାତ୍ରଛାତ୍ରୀ ବିନିମୟ ନିମନ୍ତେ ବ୍ୟବସ୍ଥା ରହିବ । 
    ମାକେରେରେ ବିଶ୍ୱବିଦ୍ୟାଳୟ ଆଫି୍ରକାର ପଂଚମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି । 
    ବୁଝାମଣାପତ୍ରଟି ମାକେରେରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବର୍ଣ୍ଣବାସ ନୱାଙ୍ଗେ ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମ୍ ନିଦେ୍ର୍ଧଶକ ପ୍ରଫେସର ନଚିକେତା କେ ଶର୍ମା ନିକଟରେ କାମ୍ପାଲା ଯାଇ ବୁଝାମଣାପତ୍ରରେ ଦସ୍ତଖତ କରାଇଛନ୍ତି । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook