Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି

    Share on :
    ajab-Image
    Date: Jun 2, 2023    Views: 3063

    ପୁରୀ: ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ୟ୍ୟାୟର ନୀତି ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି । ସଂଧ୍ୟା ଧୂପ ପରେ ଦଇତପତି ମାନେ ମହାପ୍ରଭୁଙ୍କର ବାହୁଟକଣ୍ଟ ନୀତି କରିବେ । ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠସୁଆଂସିଆ ସେବକମାନେ ଆଜି ରତ୍ନସିଂହାସନରେ ଚାରମାଳ ବାନ୍ଧିବାର କାର୍ୟ୍ୟକ୍ରମ ରହିଛି ।
    ଆସନ୍ତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ । ଏସମସ୍ତ ନିତୀ ପାଇଁ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ସୂଚନା ଥାଉକି, ଆସନ୍ତା ୪ତାରିଖ ରବିବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନମଣ୍ଡପରେ ଶ୍ରୀବିଗ୍ରହଙ୍କୁ ଜଳଲାଗି ସହ ହାତୀ ବେଶରେ ଉଭା ହେବେ ଦାରୁଦିଅଁ। ଏଣୁ ସ୍ନାନପୂର୍ଣ୍ଣମୀ ପାଇଁ ବଡ଼ଦେଉଳରେ ଆରମ୍ଭ ହେବ ସ୍ୱତନ୍ତ୍ର ରୀତିନୀତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook