Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାପକୁ କାମୁଡିଲେ ବୃଦ୍ଧ, ଶେଷରେ ଚଳଲିଗଲା ଜୀବନ

    Share on :
    ajab-Image
    Date: Oct 14, 2021    Views: 3569

    ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସାରୁମାହା ସ୍ଥିତ ବିଲ ମାଳରେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର ହେଇଛି । ମୃତକ ହେଲେ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜୁଡ଼ାବାଡ଼ି ଗ୍ରାମର କୁମୁଡ଼ି ନାୟକ (୬୦) । ଦୁଇ ଦିନ ତଳେ କୁମୁଟି ନାୟକଙ୍କୁ ଏକ ଡାଳ ସାପ କାମୁଡ଼ିଥିଲା । ନିଶାସକ୍ତ ଅବସ୍ଥାରେ ଥିବା ବୃଦ୍ଧ ଜଣକ ଓଲଟି ଉକ୍ତ ସାପକୁ କାମୁଡ଼ି ଥିଲେ । ଏପରିକି ଉକ୍ତ ସାପକୁ ବେକରେ ପକାଇ ସିମନବାଡ଼ି ବଜାର ସମେତ ବିଭିନ୍ନ ସାହିରେ ବୁଲିଥିଲେ । ସାପ ବିଷ ପ୍ରଭାବରେ କୁମୁଟି ନାୟକ ପାଗଳ ଭଳି ବୁଲି ସନ୍ଧ୍ୟାରେ ସାରୁମାହାର ଏକ ବିଲ ମାଳରେ ପଡ଼ି ରହିଥିଲେ । ଏହା ଦେଖି ଲୋକେ କିଛି ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । 

     

    Maximum 500 characters

    ତାଜା ଖବର View all

    Find Us on Facebook