ମୁଖ୍ୟ ଖବର
ଭୁବନେଶ୍ୱର : ଯୁବ କଂଗ୍ରେସରେ ସବୁ କିଛି ଠିକ ଚାଲିନାହିଁ । ବରିଷ୍ଠମାନଙ୍କ ଭଳି ଯୁବ କଂଗ୍ରେସରେ ବି କଳି ଜୋରଧରିଛି । ତେବେ ଏଭଳି କଳି ନୂଆ ହୋଇନଥିଲେବି ଜଣେ ଯୁବ ନେତା ଯୁବ କଂଗ୍ରେସର ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଯାହା ଏବେ କଂଗ୍ରେସ ଅଳିନ୍ଦରେ ଆଲୋଡ଼ନ ସୃଷ୍ଟିକରିଛି ।
କଂଗ୍ରେସ ମିଡ଼ିଆ ସେଲର ପୂର୍ବତନ ଅଧ୍ୟକ୍ଷ ନିହାର ରଂଜନ ବେହେରା କହିଛନ୍ତିଯେ, ସ୍ମୃତି ଅନେକ ଝିଅଙ୍କ ସହ ସମ୍ପର୍କ ରଖିବା ସହ ବ୍ଲାକମେଲିଂ ବି କରିଛନ୍ତି । ଦଳର ମହିଳାଙ୍କୁ ପଦପଦବୀରେ ରଖିବାକୁ କହି ସେ ଯୌନ ନିର୍ଯ୍ୟାତନା ଦେଉଥିବା ଭଳି ଅଭିଯୋଗ ବାଢ଼ିଛନ୍ତି । ନିଜ ଅଭିଯୋଗକୁ ପ୍ରମାଣ କରିବାକୁ ଯାଇ କିଛି ହ୍ୱାଟସଆପ ମେସେଜ ଓ ଅଡ଼ିଓ କ୍ଲିପ ବି ଉପସ୍ଥାପିତ କରିଛନ୍ତି ।
ନିହାର କହିଛନ୍ତିଯେ, ସ୍ମୃତି କହିଥିଲେ ସମସ୍ତଙ୍କୁ ନେଇ ଚାଲିବୁ । କିନ୍ତୁ ସେ କାହାକୁ ଭେଟୁନାହାନ୍ତି । ସେ ମୋତେ କଂଗ୍ରେସରୁ ନିଲମ୍ବିତ ବୋଲି କହୁଛନ୍ତି । ଯଦି ମୁଁ ନିଲମ୍ବିତ ତେବେ କଂଗ୍ରେସ କାର୍ଯ୍ୟକ୍ରମରେ କେମିତି ଯୋଗଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଯେଉଁ ଝିଅକୁ ସେ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତାଙ୍କୁ ସେ ଧମକ ଦେଉଛନ୍ତି । ସେ ମିଛକୁ ସତ କରିବାକୁ ଯୋଜନା କରୁଛନ୍ତି । ଏହା ଏକ କଳଙ୍କିତ ଅଧ୍ୟାୟ । ସ୍ମୃତି ଜଣେ ଅଥର୍ବ ବୋଲି ନିହାର କହିଛନ୍ତି ।
ଓଡ଼ିଶା ବନ୍ଦ ବେଳେ ସ୍ମୃତିଙ୍କୁ ଦେଖିବାକୁ ମିଳିନଥିଲା ବୋଲି ନିହାର ଅଭିଯୋଗ କରିଛନ୍ତି । ସେ ପିସିସି ସଭାପତିଙ୍କ ଫଟୋ ମାରୁନାହାନ୍ତି । କର୍ମୀ ସମ୍ମିଳନୀ ବଦଳରେ ବନ୍ଧୁ ମିଳନ କରୁଛନ୍ତି । ଏନେଇ ଆମେ ଏଆଇସିସିକୁ ଜଣାଇଛୁ, ଓଡ଼ିଶା ପ୍ରଭାରୀଙ୍କୁ ଅବଗତ କରିଛୁ । ଯଦି ସ୍ମୃତି ସଭାପତି ରହିବେ ତେବେ ଆମ ସଦସ୍ୟ ଟଙ୍କା ଫେରାଇ ଦେବାକୁ ଦାବି କରିବୁ ବୋଲି ନିହାର ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ଏଭଳି ଅଭିଯୋଗ ଓ ଭିତିହୀନ ଏବଂ ତାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ନିହାର ଯୁବ କଂଗ୍ରେସର କାର୍ଯ୍ୟକର୍ତା ନୁହଁନ୍ତି ବୋଲି ସ୍ମୃତି କହିଛନ୍ତି ।
Comments ସମସ୍ତ ମତାମତ