Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦିନିକିଆରୁ ସନ୍ନ୍ୟାସ ନେଲେ ଷ୍ଟିଭ ସ୍ମିଥ

    Share on :
    ajab-Image
    Date: Mar 5, 2025    Views: 3561

    ନୂଆଦିଲ୍ଲୀ: ଦିନିକିଆରୁ ସନ୍ନ୍ୟାସ ନେଲେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିମ ସ୍ମିଥ । ଗତକାଲି ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚରେ ଭାରତ ଠାରୁ ପରାସ୍ତ ହେବା ପରେ ସ୍ମିଥ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସ୍ମିଥ ଦିନିକିଆରୁ ଅବସର ଘୋଷଣା କରିଥିଲେ ବି ଟି-୨୦ ଓ ଟେଷ୍ଟ ମ୍ୟାଚ ଖେଳିବେ ।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ମିଥ ୧୭୦ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 

    ୨୦୧୫ ଏବଂ ୨୦୨୩ରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ବକପ୍ ବିଜେତା ହୋଇଥିବା ବେଳେ ସ୍ମିଥ୍ ଏହି ବିଜୟୀ ଟିମରେ ଥିଲେ ଯାହା ତାଙ୍କ ପାଇଁ ଏକ ସୁବର୍ଣ୍ଣ ଏବଂ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି ସ୍ମିଥ୍ । 

    ଦିନିକିଆରେ ତାଙ୍କର ସର୍ବୋତ୍ତମ ଇନିଂସ ହେଉଛି ୧୬୪ ରନ। ସେ ଦିନିକିଆରେ ୩୫ଟି ଅର୍ଦ୍ଧଶତକ ଏବଂ ୧୨ଟି ଶତକ ମାରିଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ସ୍ମିଥ୍ ଫର୍ମରେ ନଥିଲେ। ସେ ତିନୋଟି ଇନିଂସରେ ୪୮.୫୦ ହାରରେ ୯୭ ରନ କରିଥିଲେ। ତାଙ୍କର ସର୍ବୋତ୍ତମ ଇନିଂସ ଭାରତ ବିପକ୍ଷରେ ୭୩ ରନ ଥିଲା। ସ୍ମିଥ୍ ଫୁଲ୍ ଟସ୍ ବଲରେ ଶାମିଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ସ୍ମିଥ୍ ୧୯ ଫେବୃଆରୀ ୨୦୧୦ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ। 

    Maximum 500 characters

    ଖେଳ ଖବର View all

    Find Us on Facebook