Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜୋତା ଚପଲ ଓଲଟା ରଖୁଛନ୍ତି କି?

    Share on :
    ajab-Image
    Date: May 7, 2023    Views: 5305

    ଅଧିକାଂଶ ଦେଖାଯାଏ ଘରର ଭିତରେ ହେଉ ଅଥବା ବାହାରେ ଜୋତା ଚପଲ ଓଲଟା ଓ ଏଣେ ତେଣେ ପଡିଥାଏ। ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ନଜରରେ ଏହା ଆସିଲେ, ସେମାନେ ଏହାକୁ ସିଧା କରିଥିବା ମଧ୍ୟ ଦେଖାଯାଏ। ଅଧିକାଂଶ ଜୋତା ଚପଲ ଓଲଟା ପଡିବା ଦ୍ୱାରା କେଉଁ ସମସ୍ୟା ସୃଷ୍ଟି ହୋଇଥାଏ। ତାହା ହୁଏତ ଜାଣିନଥିବେ। ଏହାକୁ ନେଇ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ..
    ମାନ୍ୟତା ଅନୁଯାୟୀ, ଯେକୌଣସି ଘରେ ଜୋତାଚପଲ ଓଳଟା କିମ୍ବା ଏଣେତେଣେ ପଡି ରହିଥିଲେ, ଶନିଦେବ କ୍ରୋଧିତ ହୋଇଥାଆନ୍ତି। ଫଳରେ ପରିବାରରେ ସମସ୍ୟା ସହ ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ। ତେଣୁ ଜୋତା ଚପଲ ସର୍ବଦା ସଠିକ ସ୍ଥାନରେ ରଖନ୍ତୁ।
    ଘରେ ଜୋତା ଚପଲ ଓଲଟା ପଡିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହେବା ସହ ଅସନ୍ତୁଷ୍ଟ ହୋଇଥାଆନ୍ତି। ଫଳରେ ଅର୍ଥ ଅଭାବ ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦେଇଥାଏ।
    ଅନେକ ସମୟରେ ଜୋତା ଚପଲ ତଳ ଅଂଶରେ ମାଟି ସହ ଅନ୍ୟାନ୍ୟ ଅପରିଷ୍କାର ଜିନିଷ ଲାଗି ଥିବା ଦେଖାଯାଏ। ଏହା ଓଲଟା ଅବସ୍ଥାରେ ରହିବା ଦ୍ୱାରା ଏହି ଅପରିଷ୍କାର ଜିନିଷ ଦେଖିଲେ ଦିନ ଯାକ ଭଲରେ ଅତିବାହିତ ହୋଇନଥାଏ। ମନ ଚିଡଚିଡା ହୋଇଥାଏ। ତେଣୁ ଏହାକୁ ସର୍ବଦା ସିଧା ରଖନ୍ତୁ।
    ଯେଉଁ ଘରେ ଜୋତା ଚପଲ ଓଲଟା ଥାଏ, ସେଠାରେ ବିନା କୌଣସି କାରଣରେ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ। ରୋଜଗାର କଲେ ମଧ୍ୟ ସଞ୍ଚୟ ହୋଇ ପାରିନଥାଏ।
    ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଜୋତା ଚପଲ ଓଲଟା ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରେ ସୁଖସମୃଦ୍ଧି ରହିନଥାଏ। ସୁଖଶାନ୍ତି ଦୂରେଇ ଯାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook