Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରାତିରେ ଶୋଇବାରେ ହେଉଛି କି ବିଳମ୍ବ? ହୋଇଯାଆନ୍ତୁ ସାବଧାନ

    Share on :
    ajab-Image
    Date: Jun 20, 2022    Views: 2502

    ଭୁବନେଶ୍ୱର: ଆଜିକାଲି ଓ୍ଵାର୍କ କଲଚର ଓ ଲାଇଫ ଷ୍ଟାଇଲ ଏମିତି ହୋଇଗଲାଣି ଯେ ଶରୀରରେ କିଛି ନା କିଛି ସମସ୍ୟା ଦେଖାଯାଉଛି । ଏଥିପାଇଁ ବିଳମ୍ବିତ ରାତିରେ ଶୋଇବା ହିଁ ଏହାର ମୁଖ୍ୟ କାରଣ ହୋଇଥାଏ । ଠିକ୍‌ ସମୟରେ ନ ଶୋଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଆସନ୍ତୁ ଜାଣିବା ବିଳମ୍ବରେ ଶୋଇବା ଦ୍ୱାରା କ’ଣ କ’ଣ କ୍ଷତି ହୋଇଥାଏ ।

    ରାତିରେ ନିଦ ନ ଆସିବାର ମୁଖ୍ୟ କାରଣ ହୋଇଥାଏ ପ୍ରୋକ୍ରେଷ୍ଟିନେସନ ସିଣ୍ଡ୍ରମ :

    ଏହି ସିଣ୍ଡ୍ରମ ଯୋଗୁ ବ୍ୟକ୍ତିଙ୍କୁ ନିଦ ତ ଆସିଥାଏ କିନ୍ତୁ ସେ ଶୋଇ ନଥାଏ । ଏହା ପଛର କାରଣ ହୋଇଥାଏ ଫୋନର ବ୍ୟବହାର । ଟିଭି ଦେଖିବା, ଓଟିଟି ଫ୍ଲାଟଫର୍ମରେ ଫିଲ୍ମ ଆଦିକୁ ନେଇ ଅଧିକ ସମୟ କାଟିବା ଯୋଗୁ ଏପରି ହୋଇଥାଏ ।

    କ’ଣ ପାଇଁ ହୋଇଥାଏ ଡେରିରେ ଶୋଇବା ଆଦତ :

    ଆଜିକାଲି ବ୍ୟସ୍ତ ଜୀବନ ଭିତରେ ଲୋକ ସର୍ବଦା ନିଜ ସମୟ କାମକୁ ଦେଇଥାନ୍ତି । ତେଣୁ ରାତିରେ ଏକମାତ୍ର ସମୟ ମିଳିଥାଏ ଫୋନରେ ସମୟ ଦେବା, ସାଙ୍ଗଙ୍କ ସହ କଥା ହେବା ଇତ୍ୟାଦି । ଫଳରେ ନିଦ ଖରାପ ହୋଇଥାଏ ।

    ବିଳମ୍ବିତ ରାତି ଯାଏ ଚେଇଁବା ଦ୍ୱାରା କ’ଣ ସବୁ ହୋଇଥାଏ କ୍ଷତି :

    – ଦୀର୍ଘ ସମୟ ଯାଏ ଚେଇଁବା ଯୋଗୁ ଆପଣଙ୍କ କାର୍ଯ୍ୟ କ୍ଷମତା ଉପରେ ଖରାପ ପ୍ରଭାବ ପକାଇଥାଏ ।

    – ଡେରି ରାତି ଯାଏ ନ ଶୋଇବା ଯୋଗୁ ମାନସିକ ଦୁଶ୍ଚିନ୍ତା ବଢ଼ିଥାଏ ।

    – ଓଜନ ବଢ଼ିବାର ଅଧିକ ଆଶଙ୍କା ରହିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook