Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁଲଗଡ଼ରୁ ପଳାଶୁଣି ଯାଏ ନିର୍ମାଣ ହେବ ସ୍କାଏ ୱାକ

    Share on :
    ajab-Image
    Date: Feb 19, 2026    Views: 2741

    ଭୁବନେଶ୍ୱର: ରସୁଲଗଡ଼ରୁ ପଳାଶୁଣି ଜାତୀୟ ରାଜପଥ ଉପରେ ନିର୍ମାଣ ହେବ ସ୍କାଏ ୱାକ । ୧୬ ନମ୍ବର ଏନ୍ଏଚ୍ ଓ ପାଶ୍ୱର୍ବର୍ତ୍ତୀ ସର୍ଭିସ ରୋଡରେ କେହି ଚାଲି ଚାଲି ଯାତାୟାତ କରିବେ ନାହିଁ । ଗାଡ଼ିମୋଟର ଭିଡ଼ ଭିତରେ ଜୀବନକୁ ବାଜି ଲଗାଇ ରାସ୍ତାରେ ଯିବା ଆସିବା କମିବ । ରାଜପଥ ଉପରେ ସ୍ୱତନ୍ତ୍ର କରିଡରରେ ଚାଲି ଚାଲି ଆଗକୁ ବଢ଼ିବେ ।ଯେଉଁଠି କାମ ଥିବ, ସେଇ ପାଖ ଫୁଟଓଭର ବ୍ରିଜ୍ ଦେଇ ତଳକୁ ଓହ୍ଲାଇବେ । ପ୍ରାୟ ୫୦୦ ମିଟର (ଅଧ କିଲୋମିଟର) ସ୍କାଏ ୱାକ୍ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ଖର୍ଚ୍ଚ କରିବେ ୨୦ କୋଟି ଟଙ୍କା । ୧୬ ନମ୍ବର ଜାତୀୟ ରାଜପଥରେ ରସୁଲଗଡ଼- ପଳାଶୁଣି ସବୁଠାରୁ ବ୍ୟସ୍ତବହୁଳ ରାସ୍ତା । ଏହି ରାସ୍ତାରେ ସର୍ଭିସ ରୋଡରେ ଚାଲି କରି ଯିବା ଆସିବା ଅତ୍ୟନ୍ତ ବିପଜ୍ଜନକ । ଫୁଟପାଥ ପାଇଁ ବି ଜାଗା ନାହିଁ । ଏମିତିରେ ଏନଏଚଏଆଇ ଓଡ଼ିଶା ଶାଖା ପଥଚାରୀଙ୍କ ପାଇଁ ଏହି ରାସ୍ତାରେ ସ୍କାଏ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।
    ଏନଏଚଏଆଇ କର୍ତ୍ତୃପକ୍ଷ କହିଛନ୍ତି, ସର୍ଭିସ ରୋଡ ଉପରେ ଖୁମ୍ବ ଛିଡ଼ା କରି ୫୦୦ ମିଟର ପର୍ୟ୍ୟନ୍ତ ସ୍କାଏ ୱାକ ରହିବ । ଏହା ରସୁଲଗଡ଼ରୁ ପଳାଶୁଣି ଅଭିମୁଖେ ସିଧା ରହିବ । ଏହାକୁ ସଂଯୋଗ କରିବା ପାଇଁ ମଝିରେ ମଝିରେ ଏକାଧିକ ଫୁଟ ଓଭରବ୍ରିଜ୍ ନିର୍ମାଣ ହେବ । ଏହି ଫୁଟ ଓଭରବ୍ରିଜ୍ ଦେଇ ବାମ ଓ ଡାହାଣ ପାଶ୍ୱର୍କୁ ପଥଚାରୀ ଯାଇ ପାରିବେ । ବର୍ତ୍ତମାନ ପଳାଶୁଣି ପାଖରେ ଗୋଟିଏ ଫୁଟଓଭର ବ୍ରିଜ୍ ଅଛି । ଆଗକୁ ଆଉ ୨ଟି ଫୁଟଓଭର ବ୍ରିଜ୍ ନିର୍ମାଣ ଯୋଜନା ଅଛି । ଏହାଦ୍ୱାରା ପଳାଶୁଣି ହାଟ, ମଞ୍ଚେଶ୍ୱର କେନାଲ ରୋଡକୁ ଯିବାକୁ ସହଜ ହେବ । ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଲୋକେ ଏହି କରିଡର ଦେଇ ରାସ୍ତା ପାର୍ ହେବେ, ଦୁର୍ଘଟଣା ଭୟ କମିବ । ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ହେଉଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook