Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ତ୍ୱଚାରୁ କଳାଦାଗ ଦୂର କରନ୍ତୁ

    Share on :
    ajab-Image
    Date: Sep 23, 2022    Views: 2341

    ଭୁବନେଶ୍ୱର: ବେଦାଗ ସୁନ୍ଦର ତ୍ୱଚା କାହାକୁ ବା ଭଲ ନ ଲାଗେ । ହେଲେ ଖରା, ପ୍ରଦୂଷଣ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅନେକଙ୍କଠାରେ ତ୍ୱଚାରେ ଦାଗ ସମସ୍ୟା ଦେଖା ଦେଉଛି । ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ମହିଳାମାନେ ବିଭିନ୍ନ ଉପାଦାନ ବ୍ୟବହାର କରିଥାନ୍ତି । ତେବେ ଆପଣ ଜାଣନ୍ତି କି, ଅଣ୍ଡାରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ । ଏହାକୁ ବ୍ୟବହାରକରି ଆପଣ ପ୍ରାକୃତିକ ଉପାୟରେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ । ତ୍ୱଚାରୁ ଦାଗ ଦୂରକରିବା ଲାଗି ମୁହଁରେ ଅଣ୍ଡାର ଧଳା ଅଂଶ, ମହୁ ଏବଂ ଅଲିଭ ଅଏଲ ପ୍ୟାକ୍ ଟ୍ରାଏ କରନ୍ତୁ । ଏହା ତ୍ୱଚାରୁ ଦାଗ ସମସ୍ୟା ଦୂରକରି ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।

    ଅଣ୍ଡାର କେଶର ବାହାରକରି କେବଳ ଧଳା ଅଂଶରେ ଅଳ୍ପ ମହୁ ମିଶାନ୍ତୁ । ଉକ୍ତ ପ୍ୟାକକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାରେ ଥିବା ରିଙ୍କିଲ୍ ମାର୍କ ଦୂରହୋଇ ତ୍ୱଚା ଟାଇଟ୍ ହେବ ଏବଂ ଆକର୍ଷଣୀୟ ୟଙ୍ଗର ଲୁକ୍ ଦେବ ।

    ଗୋଟିଏ ଅଣ୍ଡାର କେଶର ସହ ଏକ ଚାମଚ ଲେଖାଏଁ ଆଲମଣ୍ଡ ଅଏଲ, ମହୁ ଏବଂ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତୁ । ଏହାକୁ ଲଗାଇ ୩୦ ମିନିଟ୍ ରଖିବା ପରେ କେଶ ଧୋଇ ଦିଅନ୍ତୁ । ଏହା କେଶକୁ ମଜଭୁତ କରିବା ସହ ସାଇନିଂ ମଧ୍ୟ କରିଥାଏ ।

    ଯଦି ଆପଣଙ୍କ ସ୍କିନ୍ ଟୋନ୍ କମ ତେବେ ଅଳ୍ପ କଖାରୁକୁ ଗ୍ରାଇଣ୍ଡିଂ କରି ସେଥିରେ ଅଣ୍ଡା, କ୍ଷୀର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପ୍ରତିଦିନ ଏହାକୁ ଲଗାନ୍ତୁ ଖୁବ୍ କମ୍ ଦିନ ମଧ୍ୟରେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ନିଜେ ଜାଣିପାରିବେ ।

    ଗୋଟିଏ ଅଣ୍ଡା, ପାଚିଲା କଦଳୀ , ୫ ଚାମଚ ରୋଜ୍ ଅଏଲ ଏବଂ ଏକ ଚାମଚ ସୂର୍ଯ୍ୟମୁଖୀ ତେଲକୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଲଗାଇବା ଦ୍ୱାରା ରୁକ୍ଷ ହେବା, ଫାଟିବା, ଝଡ଼ିବା ଭଳି କେଶର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।

    କେଶକୁ ପ୍ରାକୃତିକ ଉପାୟରେ କଣ୍ଡିଶନିଂ କରିବାକୁ ଚାହୁଁଥିଲେ ଅଣ୍ଡା କେଶର ସହିତ ଲେମ୍ବୁରସ ମିଶାଇ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ୩୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ ।

    Maximum 500 characters

    ବିଶେଷ View all

    Find Us on Facebook