Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବର୍ଷା ଦିନରେ ନିଅନ୍ତୁ ତ୍ୱଚାର ଯତ୍ନ

    Share on :
    ajab-Image
    Date: Aug 4, 2022    Views: 2950

    ଭୁବନେଶ୍ୱର: ସୁନ୍ଦର ଦେଖାଯିବା କାହାକୁ ବା ପସନ୍ଦ ନୁହେଁ । କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ଆମେ ନିଜ ତ୍ୱଚାର ଧ୍ୟାନ ରଖି ପାରୁନାହାନ୍ତି । ଯାହା ଫଳରେ ଆମେ ବହୁ ତ୍ୱଚା ଜନିତ ସମସ୍ୟାର ସମ୍ମୁଖିନ ହେଉଛେ । ବର୍ତ୍ତମାନ ସମୟରେ ସୌନ୍ଦର୍ଯ୍ୟକୁ ନେଇ ସମସ୍ତେ ଚିନ୍ତିତ। ତେବେ ଷର୍ଷାଦିନେ ତ୍ୱଚାର ଯତ୍ନ ଅଧିକ ନେବା ଜରୁରୀ କାରଣ ଏହିସମୟରେ ବ୍ରଣଭଳି ଅନେକ ସମସ୍ୟା ଦେଖାଯାଇଥିଏ। ତେଣୁ ବର୍ଷାଦିନେ ତେଲିଆ ତ୍ୱଚାର ଯତ୍ନ କିପରି ନେବେ ଜାଣନ୍ତୁ।

    ତେଲିଆ ତ୍ୱଚା ହୋଇଥିଲେ ବର୍ଷାଦିନେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହିଦିନେ ତ୍ୱଚାରେ ଅତ୍ୟଧିକ ତୈଳ ସ୍ରାବ ଯୋଗୁ ଅଧିକ ବ୍ରଣ ବାହାରି ଥାଏ। ତେଣୁ ତୈଳୀୟ ତ୍ୱଚାର କିଭଳି ଯତ୍ନ ନେବେ ଜାଣିରଖନ୍ତୁ…

    - ଆନୁବଂଶିକ ହରମୋନ କାରଣରୁ ତ୍ୱଚା ସାଧାରଣତଃ ତେଲିଆ ହୋଇଥାଏ। ବର୍ଷାଦିନେ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି କାରଣରୁ ଅଧିକ ତୈଳ ସ୍ରାବ ହୋଇଥାଏ। ତେଣୁ ଏହି ଋତୁରେ ଭଲଭାବରେ ତ୍ୱଚାର ଯତ୍ନ ନିଅନ୍ତୁ।

    - ଦିନକୁ ଅତିକମ୍‌ରେ ଦୁଇଥର ମୁହଁକୁ ମାଇଲ୍ଡ କ୍ଲିଜରରେ ଧୁଅନ୍ତୁ। ଅଧିକ ଥର ମୁହଁ ଧୁଅନ୍ତୁ ନାହିଁ। କାରଣ ମୁହଁକୁ ଜୋରରେ ଘଷିଲେ ଗ୍ରନ୍ଥିଗୁଡ଼ିକ ଅଧିକ ସକ୍ରିୟ ହୋଇଯିବା ଫଳରେ ଅଧିକ ତୈଳ ସ୍ରାବ ହୋଇଥାଏ।

    - ତ୍ୱଚା ଅନୁସାରେ ହିଁ ବ୍ୟୁଟି ପ୍ରଡକ୍ଟ ସବୁ ବ୍ୟବହାର କରନ୍ତୁ। ବିଶେଷକରି ତେଲିଆ ତ୍ୱଚାର ଲୋକେ ଏହି ଋତୁରେ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ସମୟରେ ଅଧିକ ସତର୍କ ହେବା ଉଚିତ।

    - ବର୍ଷାଦିନେ ଖାଦ୍ୟ ପ୍ରତି ବିଶେଷଭାବେ ସଚେତନ ହେବା ଜରୁରୀ। ଅତ୍ୟଧିକ ମସଲା ତଥା ତେଲଛଣା ଖାଦ୍ୟ କମ ଖାଇବା ସହିତ ଲୁଣ ମଧ୍ୟ କମ ଖାଇବା ଉଚିତ।

    Maximum 500 characters

    ବିଶେଷ View all

    Find Us on Facebook