ମୁଖ୍ୟ ଖବର
ପିଆଜରୁ ରସ ବାହାର କରି ଚେହେରାରେ ଲଗାଇ ହାଲକା ଭାବରେ ମାଲିସ କରି ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ସଫା ଦେଖାଯିବା ସହ ମୁହଁ ଉଜ୍ଜ୍ୱଳ ଦିଶିଥାଏ ।
ବ୍ରଣ ସମସ୍ୟା ଥିଲେ ପିଆଜ ରସରେ କିଛି ଅଲିଭ ଅଏଲ ମିଶାଇ ଲଗାନ୍ତୁ । ଦେଖିବେ କିଛି ଦିନ ପରେ ଏହି ସମସ୍ୟା ଦୂର ହେବ ।
ତିଳ ଚିହ୍ନ ବା କଳାଯାଇ ମୁହଁରେ ହେଲେ ମୁହଁ ସୁନ୍ଦର ଲାଗୁଥିବା ବେଳେ ଅଧିକ ମାତ୍ରାରେ କଳାଯାଇ ଚିନ୍ତାର କାରଣ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପିଆଜ ପେଷ୍ଟକୁ ତୁଳସୀ ପତ୍ର ସାହାଯ୍ୟରେ ମୁହଁରେ ଲଗାନ୍ତୁ । କିଛି ସମୟ ରଖି ଧୋଇ ଦିଅନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ ।
Comments ସମସ୍ତ ମତାମତ