Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୋଲାବ ଜଳଭଣ୍ଡାରରେ ବୁଡି ମହିଳା ମୃତ

    Share on :
    ajab-Image
    Date: Sep 18, 2023    Views: 4160

    ଲମତାପୁଟ : କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଟେରାଗୁଡ଼ା ଗାଁରେ ଘଟିଛି ଘଟଣା । ମୃତକ ଟେରାଗୁଡ଼ା ଗାଁର ଇରାମଣି ମୁଦୁଲି ବୋଲି ଜଣାପଡିଛି ।  
    ଖବର ଅନୁଯାୟୀ, ଇରାମଣି ମୁଦୁଲି ସକାଳୁ ଶୌଚ ହେବାପଇଁ କୋଲାବ ଜଲଭଣ୍ଡାରକୁ ଯାଇଥିଲେ କ୍ଷ ଗୋଡ଼ ଖସି ଯିବାରୁ ଜଳଭଣ୍ଡାରରେ ନିଖୋଜ ହୋଇଯାଇଥିଲେ କ୍ଷ ଇରା ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ଜଳଭଣ୍ଡାର ନିକଟରେ ଚପଲ ଦେଖି ସନ୍ଦେହ ହେବାରୁ ଲମତାପୁଟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

    ସେପଟେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ୨୫ ଫୁଟ୍‌ ଗଭୀରରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ଆଉ ମୃତଦେହକୁ ଜଳଭଣ୍ଡାର କୂଳକୁ ଆଣିଥିଲେ । ଲମତାପୁଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook