Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଖରୀରେ ବୁଡ଼ିଗଲେ ୨ ଭଉଣୀ

    Share on :
    ajab-Image
    Date: Sep 7, 2026    Views: 3993

    ନୂଆପଡ଼ା : ପୋଖରୀରେ ବୁଡ଼ି ନୂଆପଡ଼ା ଜିଲା ସିନାପାଲି ବ୍ଲକ ତିଲେଇମାଲ ଗ୍ରାମର ୨ ଭଉଣୀଙ୍କର ରବିବାର ମୃତ୍ୟୁ ଘଟିଛି । ମୃତ ୨ ଭଉଣୀ ହେଲେ ଉକ୍ତ ଗ୍ରାମର ନୀଳକଣ୍ଠ ହଂସଙ୍କ ଝିଅ ଯଶୋଦା(୮) ଓ ଗୁପ୍ତେଶ୍ୱରୀ । ରବିବାର ଦିନ ପ୍ରାୟ ୧୧ଟା ବେଳେ ଦୁଇ ଭଉଣୀ ମା’ଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମା ଫେରି ଆସିଥିବା ବେଳେ ଦୁଇ ଝିଅ ପାଣିରେ ଗାଧୋଉଥିଲେ । ତେବେ ଅନେକ ସମୟ ଯାଏ ଦୁଇ ଝିଅ ଘରକୁ ନ ଫେରିବାରୁ ବାପା ନୀଳକଣ୍ଠ ପୋଖରୀ ପାଖକୁ ସେମାନଙ୍କୁ ଖୋଜିବାକୁ ଯାଇଥିଲେ । ପୋଖରୀ ପାଖରେ ସେମାନଙ୍କ ଡ୍ରେସ ଥୁଆ ହୋଇଥିଲେ ମଧ୍ୟ ଝିଅ ଦୁହେଁ ନ ଥିଲେ । ପୋଖରୀରେ ଖୋଜାଖୋଜି କରିବାରୁ ଦୁଇ ଝିଅଙ୍କ ଶବ ମିଳିଥିଲା । ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଖବରକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook