Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୋଖରୀରେ ବୁଡି ଛାତ୍ର ନିଖୋଜ

    Share on :
    ajab-Image
    Date: Mar 23, 2025    Views: 2885

    କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ନରଣପୁର ଗାଁରେ ଅଘଟଣ। ପୋଖରୀରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛି। ନିଖୋଜ ନାବାଳକ ଜଣକ ଟାଙ୍ଗରିଆପାଳ ଅଞ୍ଚଳର ସମୀର ବେହେରା ବୋଲି ଜଣାପଡିଛି। ସମୀର ଗତକାଲି କେନ୍ଦୁଝର ନରଣପୁର ରତ୍ନା ସାହିରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଜି ସକାଳୁ ସେ ଗାଁ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook