Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୨୫୩ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

    Share on :
    ajab-Image
    Date: Aug 5, 2022    Views: 4067

    ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୨୨୫୩ .୧୫କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମୋଟ ୫୧୬୨ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।
    ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୧୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପଗୁଡ଼ିକୁ ନୀତିଗତ ଅନୁମୋଦନ ଦେଇ ସେସବୁର କ୍ଷେତ୍ରସ୍ତରେ କାର୍ୟ୍ୟାନ୍ୱୟନ ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରକଳ୍ପକୁ  ବୈଠକରେ ଅନୁମୋଦନ ମିଳିଛି ସେଥିରେ ଫିଡର୍ସ ଇଲେକ୍ଟ୍ରିକ୍ ଆଣ୍ଡ ଇଞ୍ଜିନିୟରିଂ ଲିଃ କମ୍ପାନୀ ୫୩୩.୨୫କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ଲୁହାପଥର ବେନିଫିକେସନ୍ କାରଖାନା ସ୍ଥାପନ କରିବ ଓ ଏଥିରେ ୧୦୨୯ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବ ।
    ସେହିପରି ଏନଭିରୋକେୟାର ଇନଫ୍ରାସଲ୍ୟୁସନ୍ ୫୨୦କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ପେଲେଟ୍ ୱିଥ ବେନିଫିକେସନ୍ ପ୍ଲାଂଟ୍ ଓ ଫେରୋଆଲୋଏ କାରଖାନା ସ୍ଥାପନ କରିବ ଏଥିରେ ୬୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଆର୍ୟ୍ୟ ଆଇରନ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ବିଲେଟ୍ ବା କଲର କୋଟେଡ୍ ଟିଏମଟି କାରଖାନା ସ୍ଥାପନ କରିବ । ଏଥିରେ ୬୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ସିଏମଆର ଇକୋ ଆଲୁମିନିୟମ କମ୍ପାନୀ ସମ୍ବଲପୁରରେ ୧୦୧ କୋଟି ଟଙ୍କା ବ୍ୟୟରେ ଲିକ୍ୟୁଇଡ୍ ଆଲୁମିନିୟମ ଆଲେଏଜ୍ କାରଖାନା ସ୍ଥାପନ କରିବ ଓ ୨୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବ ।
    ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ ଖୋର୍ଦ୍ଧାରେ ୫୦୦କୋଟି ଟଙ୍‌କା ବ୍ୟୟରେ କ୍ଲାଉଡ୍ ହୋଷ୍ଟିଙ୍ଗ୍ ସର୍ଭିସ ସୁବିଧାଯୁକ୍ତ ଡାଟା ସେଂଟର ସ୍ଥାପନ କରିବ ଓ ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ପୁଷ୍ପମ ଟେକ୍ନୋଲୋଜି ଖୋର୍ଦ୍ଧାରେ ୫୦କୋଟି ଟଙ୍କା ବ୍ୟୟରେ ସଫ୍ଟୱେୟାର ଡେଭଲପମେଂଟ ଫାର୍ମ ସ୍ଥାପନ କରିବ ଓ ଏଥିରେ ୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ରାଜ୍ ରାଜେଶ୍ୱର ଲଲିଥା ଗଞ୍ଜାମରେ ୧୫୦କୋଟି ଟଙ୍କା ବ୍ୟୟରେ ହାଇଗ୍ରେଡ୍ ଟିଟାନିୟମ ସ୍ଲାଗ କାରଖାନା ନିର୍ମାଣ କରିବ ଓ ଏଥିରେ ୪୦୦ଜଣଙ୍କୁ ଅତିରିକ୍ତ ନିଯୁକ୍ତି ମିଳିବ । ଭାରତ ଗ୍ୟାସ ରିସୋର୍ସେସ ଲିଃ ଯାଜପୁର ଓ କେନ୍ଦୁଝରରେ ପ୍ରାକୃତିକ ଗ୍ୟାସ ରେଗୁଲେଟିଂ ସିଷ୍ଟମ ୟୁନିଟ୍ ପାଇଁ ୫୦ କୋଟି ଟଙ୍କା ବ୍ୟୟ କରିବ ଓ ୧୧ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

    ଅମ୍ରିତଧାରା ନ୍ୟୁଟିଫୁଡ୍ କଟକରେ ୫୯.୪୮କୋଟି ଟଙ୍କା ବ୍ୟୟରେ ଡାଇରୀ ପ୍ରଡକ୍ଟସ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ ଓ ଏଥିରେ ୧୫୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଯାତକ ଜୀବନ ପେଟ୍ରୋକେମିକାଲସ୍ ଢେଙ୍କାନାଳରେ ୬୧.୩୦ କୋଟି ଟଙ୍କା ବ୍ୟୟରେ ଶସ୍ୟଭିତ୍ତିକ ଇଥାନଲ ପ୍ଲାଂଟ୍ ନିର୍ମାଣ କରିବ ଓ ଏଥିରେ ୬୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ବୈଠକରୁ ଜଣାପଡ଼ିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook