Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶା ସିମ୍ କାର୍ଡ, ଚୀନରୁ ଠକେଇ: ଜଣେ ଗିରଫ

    Share on :
    ajab-Image
    Date: Nov 5, 2026    Views: 2700

    ଭଦ୍ରକ : ଓଡ଼ିଶାର ସିମ୍ କାର୍ଡ ଆକ୍ଟିଭ ହେଉଥିଲା।  ଲୋକଙ୍କ ନାଁରେ ଜାଲ୍ ସିମ୍ ଆକ୍ଟିଭ୍ କରି ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମରେ  ଓଟିପି ପଠାଯାଉଥିଲା ଚାଇନା ସାଇବର ଠକଙ୍କ ପାଖକୁ। ଭଦ୍ରକରୁ ଏମିତି ଏକ ଆନ୍ତର୍ଜାତୀୟ ସାଇବର ଠକେଇ ନେଟୱାର୍କର ପର୍ଦ୍ଦାଫାସ୍ କରିଛି ପୋଲିସ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଚଢ଼ାଉରେ ମିଳିଛି ୧୩୩୩ଟି ଆକ୍ଟିଭ୍ ସିମ୍ କାର୍ଡ।  ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ରଘୁନାଥପୁରର ଶୁଭମ୍ ଜ୍ୟୋତି ନାୟକ।

    ଭଦ୍ରକ ଏସପିଙ୍କ ସୂଚନା ଅନୁଯାୟୀ ଶୁଭମ୍ ଓ ତାର ସହଯୋଗୀ ବିଭିନ୍ନ ଟେଲିକମ୍ କମ୍ପାନୀର ଏଜେଣ୍ଟ ଭାବେ କାମ କରୁଥିଲେ। ଲୋକଙ୍କ ନାଁରେ ଥିବା ଏହି ଜାଲ୍ ସିମକୁ ଆକ୍ଟିଭ୍ କରି ହ୍ବାଟସଆପ ଓ ଇନଷ୍ଟାଗ୍ରାମରେ ଓଟିପି ଚାଇନାର ସାଇବର୍ ଠକଙ୍କୁ ଦେଉଥିଲେ । ଏହି କାରବାର ନିମନ୍ତେ କ୍ରିପ୍ଟୋକରେନ୍ସି କାରବାର କରି ଠକେଇ ଟଙ୍କାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ ଓ ଉଠାଣ କରୁଥିଲେ।

    ଏହି ଅଭିଯୁକ୍ତ ଘରେ ଚଢ଼ାଉ ବେଳେ ୧୩୩୩ ଆକ୍ଟିଭ ସିମ୍, ୧୩ଟି ବ୍ୟାଙ୍କ୍ ପାସବୁକ, ୪ ଟି ଚେକ ବହି, ଏକ ଲକ୍ଷ ୭୩ ହଜାର ଟଙ୍କା, ଆଇ ଫୋନ୍, ୬ ଟି କିପ୍ୟାଡ ମୋବାଇଲ୍ ଓ ବାଇକ୍ ସହ ଠକେଇରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାକୁ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । ​​​​​​​

    Maximum 500 characters

    ରାଜ୍ୟ ଖବର View all

    Find Us on Facebook