ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଭେଟେରାନ୍ ଓପନର୍ ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶନିବାର ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଧାୱନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି।
ଶିଖର ଧାୱନ କ୍ୟାରିୟର୍ରେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୨ ହଜାର ୩୧୫ରନ ସଂଗ୍ରହ କରିଥିଲେ। ସେହପରି ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ଧୱନ ୧୬୭ ମ୍ୟାଚରୁ ୬ ହଜାର ୯୯୩ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସାମିଲ ରହିଛି। ଏଥି ସହିତ ନିଜ କ୍ୟାରିୟରରେ ସେ ୬୮ ଟି-ଟ୍ୱେଣ୍ଟି ଖେଳି ୧୭୫୯ ରନ ସଂଗ୍ରହ କରିଛନ୍ତି। ୨୦୧୩ ଚାମ୍ପିଅନସ ଟ୍ରିଫିରେ ଭଲ ପ୍ରଦର୍ଶନ କରିଥିଲେ ଶିଖର ଧୱନ।
ଶିଖର ଧାୱନ ଗତ ୨ ବର୍ଷ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିଲେ। ଶିଖର ଧାୱନ ୨୦୨୨ ମସିହାରେ ବାଂଲାଦେଶ ଗସ୍ତରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୭ ସେପ୍ଟେମ୍ବର ୨୦୧୮ରେ ଦି ଓଭାଲରେ ଇଂଲଣ୍ଡ ବିପକ୍ଷରେ ଶିଖର ଧାୱନ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏଥି ସହିତ ୨୯ ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଶେଷ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
Comments ସମସ୍ତ ମତାମତ