Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ହ୍ୱାଟସଆପ’କୁ ଡରାଇଲା ‘ସିଗନାଲ’ ଆପ

    Share on :
    ajab-Image
    Date: Jan 13, 2021    Views: 5232

    ନୂଆଦିଲ୍ଲୀ : ଗ୍ରାହକଙ୍କୁ ଗୋପନୀୟତା ନୀତି ବଦଳାଇବାର ସର୍ତ ଗ୍ରହଣ କରିବାକୁ ହ୍ୱାଟସଆପ ନୋଟିସ ପଠାଇବା ପରେ ଏବେ ‘ସିଗନାଲ’ ଆପ ପତିଆରା ବିସ୍ତାର କରିଛି  । ଏହି ନୂଆ ଆପଟି ହ୍ୱାଟସଆପକୁ ଡରାଇ ସାରିଲାଣି । 

    ଭାରତର ଷ୍ଟାର୍ଟ ଅପ କମ୍ପାନୀ ପ୍ରତିଷ୍ଠାତାଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ କମ୍ପାନୀର ମୁଖ୍ୟ ଏବେ ସିଗନାଲ ଆପ ବ୍ୟବହାର ଆରମ୍ଭ କରିଛନ୍ତି  । ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିକଟରେ ସିଗନାଲ ଆପ ଇନଷ୍ଟଲ କରିଛନ୍ତି  । ସେହିପରି ଟାଟା ଗ୍ରୁପ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ମଧ୍ୟ ସିଗନାଲ ଆପ ବ୍ୟବହାର କରୁଛନ୍ତି । ପେଟିଏମ ସିଇଓ ବିଜୟ ଶେଖର ଶର୍ମା ନିଜ କମ୍ପାନୀର ଲୋକଙ୍କୁ ହ୍ୱାଟସଆପ ନବ୍ୟବହାର କରିବାକୁ ବି ପରାମର୍ଶ ଦେଇଛନ୍ତି  । 

    ଅପରପକ୍ଷରେ ହ୍ୱାଟସଆପ ପକ୍ଷରୁ କୁହାଯାଇଛିଯେ, ଏହାର ଚାଟ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ଼ ରହିବ । କେବଳ ମେସେଜ ପଠାଉଥିବା ଲୋକ ଓ ଗ୍ରହଣ କରୁଥିବା ବ୍ୟକ୍ତି ହିଁ ଏହି ମେସେଜ ପଢ଼ିପାରିବେ । କମ୍ପାନୀର ୱିଲ କେଥାର୍ଟ ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତିଯେ, ଲୋକମାନେ ସେମାନଙ୍କ ପରିବାର ଓ ବନ୍ଧୁଙ୍କ ସହିତ କିଭଳି ଚାଟ କରୁଛନ୍ତି ତାହାର ପ୍ରଭାବ ନୂଆ ନୀତିରେ କିଛି ପଡ଼ିବ ନାହିଁ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook