Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ

    Share on :
    ajab-Image
    Date: May 29, 2026    Views: 2341

    ନୂଆଦିଲ୍ଲୀ; କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ଅସ୍ଥିରତା ଶେଷ ହୋଇଛି। ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଇସ୍ତଫା ଦେଇଥିଲେ, ଯାହାକୁ ଏବେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଗ୍ରହଣ କରିଛନ୍ତି । ସିଦ୍ଦରମୈୟା ଇସ୍ତଫା ଦେବା ସମୟରେ ରାଜ୍ୟପାଳ ନଥିଲେ, ସେ ସଚିବଙ୍କ ନିକଟରେ ଇସ୍ତଫା ପ୍ରଦାନ କରିଥିଲେ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ରାଜ୍ୟପାଳ ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏହା ଡିକେ ଶିବକୁମାରଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର କରିଛି । ସୂତ୍ର ଅନୁସାରେ ଡିକେ ଶିବକୁମାର ଜୁନ୍ ୧ କିମ୍ବା ଜୁନ୍ ୩ ତାରିଖରେ ଶପଥ ନେଇପାରନ୍ତି ।
    କର୍ଣ୍ଣାଟକରେ ୪ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି- କଂଗ୍ରେସ ସୂତ୍ର ଅନୁସାରେ, ସିଦ୍ଦରମୈୟା, ଡିକେ ଶିବକୁମାର ଏବଂ ରଣଦୀପ ସୁରଜେୱାଲା ଦଳର ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରିବେ । ଏହି ବୈଠକରେ ରାଜ୍ୟସଭା ପ୍ରାର୍ଥୀ, ଏମଏଲସି ପ୍ରାର୍ଥୀ ଏବଂ କ୍ୟାବିନେଟ୍ ପୁନର୍ଗଠନ ଉପରେ ଗୁରୁତ୍ୱ ଦିଆଯିବ । ସିଦ୍ଦରମୈୟାଙ୍କ କ୍ୟାବିନେଟ୍‌ରୁ ଅନେକ ମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ସ୍ଥାନ ପାଇବାର ସମ୍ଭାବନା କମ୍ । ସରକାରରେ ସାମାଜିକ ଏବଂ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରେ ।
    ଦଳର ସଙ୍କଟମୋଚକ ତଥା ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ଗୃହମନ୍ତ୍ରୀ ଜି.ପରମେଶ୍ୱର ମଧ୍ୟ ମୁଖ୍ୟମନ୍ତ୍ରୀ ପଦବି ଦୌଡରେ ଅଛନ୍ତି । ଆଜି ସନ୍ଧ୍ୟାରେ ଉଭୟ ସିଦ୍ଦରମୈୟା ଓ ଶିବକୁମାର ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି । ସେଠାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ, କ୍ୟାବିନେଟ ଗଠନ, ପିସିସି ସଭାପତି ନିଯୁକ୍ତ ସମେତ ଦଳୀୟ ସାଙ୍ଗଠନିକ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯିବ । ଶିବକୁମାର ବର୍ତ୍ତମାନ ପିସିସି ସଭାପତି ଅଛନ୍ତି । ସେ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ନୂଆ ସଭାପତି ନିଯୁକ୍ତ କରାଯିବ । ଦିନେ ଦୁଇଦିନ ଭିତରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ନୂଆ ନେତା ଚୟନ କରାଯିବାର ସମ୍ଭାବନା ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook