Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୂଆ ପ୍ରଧାନମନ୍ତ୍ରୀ ପରେ ବି ଶ୍ରୀଲଙ୍କାରେ ସ୍ଥିତି ଜଟିଳ

    Share on :
    ajab-Image
    Date: May 14, 2022    Views: 3391


    କଲମ୍ବୋ: ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ଏବଂ ରାଜନୈତିକ ସଙ୍କଟ ମଧ୍ୟରେ ରାନିଲ ବିକ୍ରମସିଂହେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦେଶରେ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେଙ୍କ ବିରୋଧରେ ଜାରି ରହିଥିବା ଜନ ଆନେ୍ଦାଳନ ପ୍ରତି ସେ ସମର୍ଥନ ଜାହିର କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ପ୍ରତମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ମୁହଁଖୋଲି ସେ କହିଛନ୍ତି ଯେ, ଦେଶରେ ‘ଗୋଟା ଗୋ ଗାମା ଆନେ୍ଦାଳନ’ (ଗୋଟାବାୟାଙ୍କ ବିାରୋଧରେ ଏହି ସ୍ଲୋଗାନ ବ୍ୟବହାର କରାଯାଉଛି) ଜାରି ରହିବା ଜରୁରି । ମୁଁ କିମ୍ବା ପୁଲିସ୍ ଏହି ଆନେ୍ଦାଳନ ରୋକିବୁ ନାହିଁ କିମ୍ବା ଏଥିରେ  ହସ୍ତକ୍ଷେପ କରିବୁ ନାହିଁ । ତେବେ ସେ ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ବିରୋଧୀ ନେତାମାନେ ମଧ୍ୟ ରାଷ୍ଟ୍ରପତି ଗୋଟାବାୟାଙ୍କ ବିରୋଧରେ ଜାରି ରହିଥିବା ଆନେ୍ଦାଳନକୁ ଅଧିକ ବ୍ୟାପକ କରାଇବେ ବୋଲି ଧମକ ଦେଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook