Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମଝି ସମୁଦ୍ରରୁ ଜାହାଜ ନିଖୋଜ

    Share on :
    ajab-Image
    Date: Aug 23, 2026    Views: 3782

    ପାରାଦ୍ବୀପ,: ପାରାଦୀପରେ ବଡ଼ ଅଘଟଣ। ସମୁଦ୍ର ମଝିରୁ ପଣ୍ୟବାହୀ ଜାହାଜ ନିଖୋଜ। ପାରାଦ୍ବୀପରୁ ଲୁହାପଥର ନେଇ ଚୀନ ଯାଉଥିଲା ଜାହାଜ। ଗୁରୁବାର ବିଳମ୍ବିତ ରାତିରେ ପାନାମା ପତାକା ଧାରୀ ଜାହାଜ ଓସେନ ଉଇନର ଚୀନ ଅଭିମୁଖେ ବାହାରିଥିଲା। ହେଲେ ୨୧ ତାରିଖ ଠାରୁ ଜାହାଜ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

    ପାରାଦୀପ ବନ୍ଦରରୁ ୨୦ ତାରିଖ ବିଳମ୍ବିତ ରାତ୍ରିରେ ଲୁହାପଥର ନେଇ ଚାଇନା ଅଭିମୁଖେ ଯାଉଥିବା ଜାହାଜ ସହିତ ଆଉ ଯୋଗାଯୋଗ ହୋଇ ପାରୁନଥିବା ଜଣାପଡିଛି। ଗତ ୨୧ ତାରିଖ ଠାରୁ ଜାହାଜ ସହିତ ଯୋଗାଯୋଗ ବିଛିନ୍ନ ହୋଇଛି। ଏହି ଜାହାଜର ନାମ ଓସେନ ଉଇନର ଓ ଏହା ପାନାମା ପତାକା ଧାରୀ ଜାହାଜ ଅଟେ। ଏହି ଜାହାଜ ପାରାଦୀପକୁ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରୁ ବୋଥ୍ରା ସିପିଙ୍ଗ ଏଜେଣ୍ଟ ମାଧ୍ୟମରେ ଲୁହାପଥର ନେଇଛି। ଜାହାଜଟି ପାରାଦୀପ ସମୁଦ୍ର ଉପକୂଳରୁ ପ୍ରାୟ ୨୪୦ ନାଟିକାଲ ମାଇଲ ଦୂର ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ପାଖ ଭାରତୀୟ କଳା ସୀମା ପାଖା ପାଖି ଥିବା ବେଳେ ତା ସହିତ ଆଉ ଯୋଗାଯୋଗ ହୋଇ ପାରୁନାହିଁ।

    ଏହି ଜାହାଜ ମଧ୍ୟରେ ଚାଇନାର ୨୦ ଜଣ , ମିଆଁମାରର ୩ ଜଣ ଓ ବାଂଲାଦେଶର ଜଣେ ସମୁଦାୟ ୨୪ ଜଣ କ୍ରିୟୁ ସଦସ୍ୟ ଥିଲେ। ଜାହାଜଟି ଦୂର ସମୁଦ୍ର ମଧ୍ୟରେ ଦୁର୍ଘଟଣାର ଶିକାର ହୋଇ ଥାଇ ପରେ ବୋଲି ସନ୍ଦେହ କରାଯାଉଛି। ଜାହାଜରେ ମୋଟ ଏକ ଲକ୍ଷ ଚାଳିଶ ହଜାର ୨୨୦ ମେଟ୍ରିକ ଟନ ଲୁହାପଥର ଲୋଡିଂ କରି ଜାହାଜଟି ଯାଉଥିଲା। ଜାହାଜ ସହିତ ଯୋଗାଯୋଗ ନହୋଇ ପାରିବାରୁ ଏବେ ଭାରତୀୟ କୋଷ୍ଟଗାର୍ଡ , ଆଣ୍ଡାମାନ କୋଷ୍ଟଗାର୍ଡ ଓ ନ୍ୟାଭି ସର୍ଚ୍ଚ ଅପରେସନରେ ଲାଗି ପଡିଥିବା ଜଣାପଡିଛି। ଜାହାଜଟି ସୁରକ୍ଷିତ ଅଛି କିମ୍ବା ଦୂର ସମୁଦ୍ର ମଧ୍ୟରେ ବୁଡି ଯାଇଛି , ତାହା ସ୍ପଷ୍ଟ ହୋଇ ପାରିନାହିଁ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook