Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହର୍ମୁଜ ଅତିକ୍ରମ କଲା ଭାରତୀୟ ଜାହାଜ ‘ଦିଶା’

    Share on :
    ajab-Image
    Date: Jun 16, 2026    Views: 2616

    ନୂଆଦିଲ୍ଲୀ : ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ଏହା ପ୍ରଥମ ଭାରତୀୟ ପତାକାଧାରୀ ବାଣିଜ୍ୟିକ ଜାହାଜ ଯାହାକି ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଟି ଗତ ପ୍ରାୟ ତିନି ମାସ ଧରି ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଫସି ରହିଥିଲା। ‘ଦିଶା’ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିବା ନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ଜାହାଜଟି ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ ନେତୃତ୍ୱାଧୀନ ଏକ କନସୋର୍ଟିୟମ ଦ୍ୱାରା ପରିଚାଳିତ ହେଉଛି। ଏହି ଜାହାଜରେ ୬୨,୩୭୦ ମେଟ୍ରିକ ଟନ୍ ଏଲ୍‌ଏନ୍‌ଜି (ତରଳୀକୃତ ପ୍ରାକୃତିକ ଗ୍ୟାସ) ରହିଛି, ଯାହା ଭାରତର ସର୍ବବୃହତ ଗ୍ୟାସ ଆମଦାନୀକାରୀ ସଂସ୍ଥା ‘ପେଟ୍ରୋନେଟ୍ ଏଲ୍‌ଏନ୍‌ଜି’ ପାଇଁ କାତାରର ରାସ ଲାଫାନରୁ ଅଣାଯାଉଛି। ଜାହାଜଟି ଜୁନ୍ ୧୮ ତାରିଖରେ ଗୁଜରାଟର ଦାହେଜ୍ ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତ ପାଇଁ ହର୍ମୁଜ ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଦେଶର ପ୍ରାୟ ୬୦% ଏଲ୍‌ଏନ୍‌ଜି ଏବଂ ୪୦% ଅଶୋଧିତ ତୈଳ ଆମଦାନୀ ଏହି ପଥ ଦେଇ ହିଁ ହୋଇଥାଏ। ‘ଦିଶା’ ଜାହାଜର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଭାରତୀୟ ଶକ୍ତି ବଜାର ଏବଂ ସାମୁଦ୍ରିକ ପରିବହନ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook