Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଯାନ୍ତ୍ରିକ ତ୍ରୁଟି: ଭାରତୀୟ ଜାହାଜକୁ ଉଦ୍ଧାର କଲା ପାକିସ୍ତାନ ନୌସେନା

    Share on :
    ajab-Image
    Date: May 6, 2026    Views: 2667

    ବୁଧବାର ଆରବ ସାଗର ମଧ୍ୟରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅତି ଅସହାୟ ଅବସ୍ଥାରେ ଅଟକି ରହିଥିବା ଏକ ଭାରତୀୟ ବ୍ୟବସାୟିକ ଜାହାଜକୁ ପାକିସ୍ତାନ ନୌସେନା ସଫଳତାର ସହ ଉଦ୍ଧାର କରିଛି। ''ଏମଭି ଗୌତମ'' ନାମକ ମାଲବାହୀ ଜାହାଜଟି ଓମାନରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସମୁଦ୍ର ମଝିରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହାଫଳରେ ଜାହାଜଟି ସେଠାରେ ଫସି ରହିଥିଲା। ମୁମ୍ବାଇସ୍ଥିତ ମାରିଟାଇମ୍ ରେସ୍କ୍ୟୁ ଆଣ୍ଡ କୋଅର୍ଡିନେସନ୍ ସେଣ୍ଟର (ଏମଆରସିସି) ପକ୍ଷରୁ ଏହି ସଙ୍କଟ ସମ୍ପର୍କରେ ଇସଲାମାବାଦ କର୍ତ୍ତୃପକ୍ଷଙ୍କୁ ଜଣାଯାଇ ଜରୁରୀକାଳୀନ ସହାୟତା ପାଇଁ ଅନୁରୋଧ କରାଯିବା ପରେ ପାକିସ୍ତାନ ପକ୍ଷରୁ ତୁରନ୍ତ ଏହି ପଦକ୍ଷେପ ନିଆଯାଇଥିଲା।

    ଭାରତର ଅନୁରୋଧକୁ ରକ୍ଷା କରି ପାକିସ୍ତାନ ନୌସେନା ନିଜର ପ୍ରତିରକ୍ଷା ଜାହାଜ ''ପିଏମଏସଏସ କାଶ୍ମୀର''କୁ ତୁରନ୍ତ ଉଦ୍ଧାର କାର୍ୟ୍ୟ ପାଇଁ ସମ୍ପୃକ୍ତ ଅଞ୍ଚଳକୁ ପଠାଇଥିଲା। ଜାହାଜରେ ଥିବା ୭ ଜଣ କ୍ରୁ ସଦସ୍ୟ, ଯାହା ମଧ୍ୟରେ ୬ ଜଣ ଭାରତୀୟ ଓ ଜଣେ ଇଣ୍ଡୋନେସିଆର ନାଗରିକ ସାମିଲ ଥିଲେ, ସେମାନଙ୍କୁ ପାକିସ୍ତାନ ସେନା ପକ୍ଷରୁ ଜରୁରୀକାଳୀନ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସେବା ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯାଇଛି। ପାକିସ୍ତାନ ମାରିଟାଇମ୍ ସେକ୍ୟୁରିଟି ଏଜେନ୍ସି (ପିଏମଏସଏ)ର ସହଯୋଗରେ ଏହି ମିଶନ୍ ସମ୍ପନ୍ନ ହୋଇଥିବା ବେଳେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନୀ ସୈନ୍ୟମାନେ ବିପଦରେ ଥିବା କ୍ରୁ ସଦସ୍ୟଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମାସରେ ମଧ୍ୟ ପାକିସ୍ତାନ ନୌସେନା ଉତ୍ତର ଆରବ ସାଗରରେ ଏକ ଜରୁରୀକାଳୀନ ସଙ୍କେତ ପାଇ ଚୀନ୍, ବାଂଲାଦେଶ ଓ ମିଆଁମାର ସମେତ ୧୮ ଜଣ ବିଦେଶୀ ନାଗରିକଙ୍କୁ ''ଏମଭି ଗୋଲ୍ଡ ଅଟମ୍'' ଜାହାଜରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜର ମାନବୀୟ ସେବାର ପରିଚୟ ଦେଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook