Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଭାରତୀୟ ଜାହାଜ

    Share on :
    ajab-Image
    Date: Mar 15, 2026    Views: 2424

    ନୂଆଦିଲ୍ଲୀ :  ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତ ସମେତ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ବର୍ତ୍ତମାନ ତୈଳ ଓ ଗ୍ୟାସ ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଇରାନ ପକ୍ଷରୁ ପାରସ୍ୟ ଉପସାଗରସ୍ଥିତ ହର୍ମୁଜ ପ୍ରଣାଳୀକୁ ଅବରୋଧ କରାଯାଇଥିବାରୁ ସେଠାରେ ବିଭିିନ୍ନ ଦେଶର ଏକାଧିକ ତୈଳ ଟ୍ୟାଙ୍କର ଅଟକି ରହିଛି। ତେବେ ଭାରତ ଅଭିମୁଖେ ଯାତ୍ରା କରୁଥିବା ଦୁଇଟି ଜାହାଜ ‘ଶିବାଲିକ୍‌’ ଓ ‘ ନନ୍ଦା ଦେବୀ’ ଶନିବାର ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିବା ଜଣାପଡିଛି। ଏହି ଦୁଇଟି ଜାହାଜରେ ୯୨,୭୦୦ ମେଟ୍ରିକ ଟନ୍‌ ଏଲପିଜି ଗଚ୍ଛିତ ରହିଛି। ଆସନ୍ତା ୧୬ ଓ ୧୭ରେ ଏହି ଦୁଇଟି ଜାହାଜ ଯଥାକ୍ରମେ ଗୁଜରାଟର ମୁନ୍ଦ୍ରା ଓ କାଣ୍ଡ୍‌ଲା ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

    କେନ୍ଦ୍ର ସରକାରଙ୍କ କୂଟନୈତିକ ସଫଳତା ଯୋଗୁଁ ଏଲପିଜି ବୋଝେଇ ଜାହାଜ ଭାରତ ଆସିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିସାରିଛନ୍ତି। ଭାରତ ଏକ ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ସବୁ ଭାରତୀୟ ଜାହାଜକୁ ବିନା ଦ୍ବିଧାରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ସୁଯୋଗ ଦିଆଯିବ ବୋଲି ପେଜେସ୍‌କିଆନ ମୋଦୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ତୈଳ ସଙ୍କଟ ନେଇ ଇରାନୀୟ ପ୍ରତିପକ୍ଷ ସୟଦ ଆବାସ ଆରାଗ୍‌ଛିଙ୍କ ସହ କଥାବାର୍ତ୍ତା କରିଛନ୍ତି।


    କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା ମୁତାବକ ବର୍ତ୍ତମାନ ଭାରତର ପ୍ରାୟ ୨୬ଟି ଜାହାଜ ହର୍ମୁଜ ପ୍ରଣାଳୀର ଉଭୟ ପାର୍ଶ୍ବରେ ଅଟକି ରହିଛି। ଗଣମାଧ୍ୟମକୁ ସୂଚନା ଦେଇ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତିି ଯେ ଗ୍ୟାସୋଲିନ୍‌ ଭର୍ତ୍ତି ଏକ ଭାରତୀୟ ଜାହାଜ ‘ଜୟ ପ୍ରକାଶ’ ଇତିମଧ୍ୟରେ ହର୍ମୁଜ ପ୍ରଣାଳୀ ଦେଇ ଓମାନରୁ ଆଫ୍ରିକା ଯାତ୍ରା କରିଛି।

    ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତଭାବେ ଇରାନ ଉପରେ ଆକ୍ରମଣ କରିଥିବାବେଳେ ଏହି ଯୁଦ୍ଧ ବର୍ତ୍ତମାନ ତୃତୀୟ ସପ୍ତାହରେ ପଦାର୍ପଣ କରିଛି। ବିଶ୍ବର ୩୦ ପ୍ରତିଶତ ତୈଳ ହର୍ମୁଜ ପ୍ରଣାଳୀ ଦେଇ କାରବାର ହୋଇଥାଏ। ଇରାନ ଏହି ପ୍ରଣାଳୀକୁ ଅବରୋଧ କରିଥିବାରୁ ବିଶ୍ବରେ ତୈଳ ଓ ଗ୍ୟାସ ସଙ୍କଟ ଉତ୍କଟ ହେବାରେ ଲାଗିଛି। କେତେକ ଜାହାଜ ରିସ୍କ୍‌ ନେଇ ଉକ୍ତ ପ୍ରଣାଳୀ ଅତିକ୍ରମ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ମାଇନ୍ସ ଖଞ୍ଜାଯାଇଛି। ଅବଶ୍ୟ ଏ ପର୍ୟ୍ୟନ୍ତ କୌଣସି ଜାହାଜ ଏଭଳି ମାଇନ୍ସ ଯୋଗୁଁ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook