ମୁଖ୍ୟ ଖବର
ନୂଆଦିଲ୍ଲୀ: ଯୁଦ୍ଧ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର । ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି । ସେନ୍ସେକ୍ସ ୧୫ଶହରୁ ଅଧିକ ପଏଣ୍ଟ୍ ଖସି ୭୩,୧୬୮ରେ ପହଞ୍ଚିଛି । ଉଚ୍ଚ ତୈଳ ମୂଲ୍ୟ ଏବଂ ଯୁକ୍ତରାଷ୍ଟ୍ର-ଇରାନ୍ ଯୁଦ୍ଧର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି । ଇରାନ-ଇସ୍ରାଏଲ ଓ ଆମେରିକା ଯୁଦ୍ଧର ଚତୁର୍ଥ ସପ୍ତାହରେ ପହଞ୍ଚିବା ସହ ତୈଳ ମୂଲ୍ୟ ଉଚ୍ଚ ରହିଥିବାରୁ ଭାରତୀୟ ଷ୍ଟକ୍ ମାର୍କେଟ୍ ଖୋଲିବା କ୍ଷଣି କ୍ରାସ ହୋଇଛି ।
ସେନ୍ସେକ୍ସ ୧,୪୫୨ ପଏଣ୍ଟ ଖସି ୭୩ ହଜାର ୮୦.୩୫ରେ କାରବାର ହେଉଛି । ନିଫ୍ଟି ୫୦ ୪୧୨.୪୦ ପଏଣ୍ଟ୍ ତଳକୁ ଖସି ୨୨ ହଜାର ୭୦୨ ପଏଣ୍ଟରେ ରହିଛି । କେବଳ ଭାରତ ବିଶ୍ବର ଅଧିକାଂଶ ଦେଶରେ ସେୟାର ବଜାର ତଳକୁ ଖସିଛି । ସେୟାର ବଜାର ହ୍ରାସର ପ୍ରଭାବ ଯୋଗୁ ଟଙ୍କା ମୂଲ୍ୟରେ ହ୍ରାସଘଟିଛି । ଡଲାର ତୁଳନାରେ ସୋମବାର ଟଙ୍କା ୯୩ ଦଶମିକ ୮୫ରେ ପହଞ୍ଚିଛି । ଏଭଳି ଅନିଶ୍ଚୟତାରେ ନିବେଶକମାନଙ୍କୁ ଧୈର୍ୟ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି୍ ଅର୍ଥନୈତିକ ବିଶ୍ଳେଷକ ।
Comments ସମସ୍ତ ମତାମତ