ମୁଖ୍ୟ ଖବର
ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫିର ଠିକ୍ ପୂର୍ବରୁ ଅବସର ନେଲେ ଶାପୁର ଜାଦ୍ରାନ। ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ବ୍ରେକ ଲାଗିଛି। ସେ ହେଲେ ଆଫଗାନିସ୍ତାନ କ୍ରିକେଟର ଶାପୁର ଜାଦ୍ରାନ। ୩୭ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ନିଜକୁ ଦୂରେଇ ନେଇଛନ୍ତି। ଶାପୁର ଜଣେ ଦ୍ରୁତ ବୋଲର ଥିଲେ। ଏବେ ତାଙ୍କ ବୋଲିଂର ଯାଦୁ କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ ନାହିଁ। ସେ ଫେସବୁକ୍ରେ ଏକ ଲମ୍ବା ପୋଷ୍ଟ ଲେଖି ତାଙ୍କର ଅବସର ଘୋଷଣା କରିଛନ୍ତି।
ଜାଦ୍ରାନ ଜାନୁଆରୀ ୩୦ରେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ସନ୍ୟାସ। ଆଜି ଏପରି ଦିନ ଯାହାକୁ ମୁଁ କେବେ ସାମ୍ନା କରିବାକୁ ଚାହୁଁ ନ ଥିଲି, କିନ୍ତୁ ଏହା ଶେଷରେ ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ ଆସେ। କ୍ରିକେଟ ପ୍ରତି ୨୨ ବର୍ଷର ସେବା, ତ୍ୟାଗ ଏବଂ ପ୍ରେମ ପରେ, ମୁଁ ଆନୁଷ୍ଠାନିକ ଭାବରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ମଧ୍ୟରୁ ଗୋଟିଏ କାରଣ କ୍ରିକେଟ ମୋ ପାଇଁ କେବଳ ଏକ ଖେଳ ନୁହେଁ, ଏହା ମୋର ଆଗ୍ରହ, ମୋର ପରିଚୟ ଏବଂ ମୋର ଉଦ୍ଦେଶ୍ୟ ରହି ଆସିଛି। ଜାଦ୍ରାନ ୨୦୦୯ରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କର ଶେଷ ମ୍ୟାଚ୍ ୨୦୨୦ ମାର୍ଚ୍ଚରେ ଖେଳିଥିଲେ।
Comments ସମସ୍ତ ମତାମତ