Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରିଲିଜ ହୋଇଛି ‘ସାବାସ ମିତୁ’ର ଟ୍ରେଲର

    Share on :
    ajab-Image
    Date: Jun 21, 2022    Views: 2553

    ମୁମ୍ବାଇ: ରଶ୍ମି ରକେଟ୍‌, ସୁରମା ଓ ସାଣ୍ଡ୍‌ କି ଆଖଁ ପରେ ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁ ଏବେ ଏକ ନୂଆ ପ୍ରେରଣାଦାୟୀ ଖେଳାଳିଙ୍କ କାହାଣୀ ସହ ବଡ଼ ପରଦାକୁ ଫେରୁଛନ୍ତି। ଏଥରକ ତାପ୍‌ସୀ ପନ୍ନୁ ଜଣାଶୁଣା ପୂର୍ବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ ସହ ଫିଲ୍ମ ହଲ୍‌କୁ ଧମାଲ କରିବାକୁ ଆସୁଛନ୍ତି। ତାପ୍‌ସୀଙ୍କ ନୂଆ ଫିଲ୍ମ ‘ସାବାସ୍‌ ମିତୁ’ର ଟ୍ରେଲର ଆଜି ଜାରି କରାଯାଇଛି। ଏହି ଫାଷ୍ଟ ଲୁକ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

    ସାବାସ୍‌ ମିତୁରେ ତାପ୍‌ସୀ ପନ୍ନୁଙ୍କୁ ମିତାଲି ରାଜ୍‌ଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ସେ ପରଦାରେ ମିତାଲଙ୍କ ପିଲା ବେଳଠୁ କ୍ରିକେଟ୍‌ ଦୁନିଆ ପର୍ଯ୍ୟନ୍ତ ପୂରା ଯାତ୍ରା ଦେଖାଇବେ। ପ୍ରକାଶ ଯେ ମିତାଲି ରାଜ୍‌ ଚଳିତ ମାସ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

    ମିତାଲି ରାଜ୍‌ଙ୍କ ଜୀବନୀ ଉପରେ ଆଧାରିତ ସାବାସ୍‌ ମିତୁରେ ତାଙ୍କ ଜର୍ସିକୁ ମଧ୍ୟ ପ୍ରଦର୍ଶନ କରାଯାଇଛି। ତାପ୍‌ସୀ ପନ୍ନୁ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି। ଟ୍ରେଲରରେ ତାଙ୍କ ପରିଶ୍ରମ ନଜର ଆସିଛି। ଟ୍ରେଲର ଆରମ୍ଭରେ ମିତାଲି ରାଜ୍‌ଙ୍କ ନାଁର ଇଣ୍ଡିଆନ୍‌ ଜର୍ସି ନଜର ଆସୁଛି। ତା’ ପରେ ତାଙ୍କ ପିଲା ବେଳ ଓ କ୍ରିକେଟ୍‌ ଖେଳ ପ୍ରତି ପାଗଳାମୀ ଦେଖିବାକୁ ମିଳିଛି।

    ସୋସିଆଲ ମିଡିଆରେ ଟ୍ରେଲର ରିଲିଜ୍‌ କରି ତାପ୍‌ସୀ ଲେଖିଛନ୍ତି- ମିତାଲି ରାଜ୍‌ ଆପଣ ନାଁ ଜାଣିଛନ୍ତି, ଏବେ ତାଙ୍କ ପଛର କାହାଣୀ ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ଯେଉଁ ମହିଳା ‘ଦ ଜେଣ୍ଟଲମ୍ୟାନ୍ସ ଗେମ୍‌’କୁ ପୁଣିଥରେ ପରିଭାଷିତ କରିଛନ୍ତି, ତାଙ୍କ କାହାଣୀକୁ ଦୁନିଆ ସାମ୍ନାକୁ ଆଣୁଥିବାରୁ ଗର୍ବ ଅନୁଭବ କରୁଛି। ସାବାସ୍‌ ମିତୁ ଜୁଲାଇ ୧୫ରେ ହଲ୍‌ରେ ରିଲିଜ୍‌ ହେବ।

    Maximum 500 characters

    ବିଶେଷ View all

    Find Us on Facebook