Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଈଶାନ କିଶନ ଓ ଶ୍ରେୟସ ଆୟର ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ବାଦ

    Share on :
    ajab-Image
    Date: Feb 29, 2024    Views: 5102

    ନୂଆଦିଲ୍ଲୀ:  ରଣଜୀ ଟ୍ରଫି ନ ଖେଳିବା କାରଣରୁ ଈଶାନ କିଶନ ଓ ଶ୍ରେୟସ ଆୟରଙ୍କୁ ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି। ଏହାର ଅର୍ଥ ଏହି ଦୁଇ ଖେଳାଳି ବିସିସିଆଇ ଠାରୁ ବାର୍ଷିକ ଫି’ ପାଇବେ ନାହିଁ। ସେହିପରି ଜାତୀୟ ଦଳକୁ ଫେରିବା ପାଇଁ ସେମାନଙ୍କୁ ପୁଣି ସଂଘର୍ଷ କରିବାକୁ ପଡ଼ିବ। ୨୦୨୩-୨୪ ସିଜିନ ପାଇଁ ଆଜି ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବା ଖେଳାଳିଙ୍କ ନାଁ ଜାରି କରାଯାଇଛି। ୩୦ ଜଣ ଖେଳାଳିଙ୍କ ନାଁ ରହିଥିବା ବେଳେ ଈଶାନ ଓ ଶ୍ରେୟସ ଆୟର ବାଦ ପଡ଼ିଛନ୍ତି।
    ଈଶାନ ଓ ଶ୍ରେୟସ ଯଥାକ୍ରମେ ବିସିସିଆଇ ଚୁକ୍ତିର ଗ୍ରେହ ସି’ ଓ ଗ୍ରେଡ ବିରେ ରହିଥିଲେ। ସେହିପରି କେଏଲ ରାହୁଲ ଓ ଶୁବମନ ଗିଲଙ୍କୁ ବିସିସିଆଇ ପ୍ରମୋସନ ଦେଇଛି। ଉଭୟ ବି ଗ୍ରେଡରେ ଥିଲେ। ଏବେ ସେମାନଙ୍କୁ ଏ ଗ୍ରେଡରେ ରଖାଯାଇଛି।
    ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବଭଳି ଗ୍ରେଡ ଏରେ ରହିଛନ୍ତି। ଟେଷ୍ଟ କ୍ରିକେଟ ପାଇଁ ପାଣ୍ଡ୍ୟା ଉପଲବ୍ଧ ହେଉ ନଥିଲେ ହେଁ ତାଙ୍କୁ ଗ୍ରେଡ ଏ ବର୍ଗରେ ରଖାଯାଇଛି। ୨୦୨୩ରେ ସେ ୧୧ଟି ଟି-୨୦ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ।
    କୁହାଯାଉଥିଲା ଯେ ପାଣ୍ଡ୍ୟା ହିଁ ରୋହିତ ଶର୍ମାଙ୍କ ସ୍ଥାନରେ ଭାରତର ନେତୃତ୍ୱ ନେବେ। କିନ୍ତୁ ଦିନିକିଆ ବିଶ୍ୱକପରେ ଆହତ ହେବାରୁ ପାଣ୍ଡ୍ୟା ଏବେ ଜାତୀୟ ଦଳକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି। ୨୦୨୩-୨୪ରେ ୮ ଟି-୨୦ରେ ଭାରତର କମାଣ ସମ୍ଭାଳିଥିବା ସୂର୍ୟ୍ୟ କୁମାର ଯାଦବ ପୂର୍ବଭଳି ଗ୍ରେଡ ବିରେ ରହିଛନ୍ତି।ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ବିସିସିଆଇ ସିଧା ଗ୍ରେଡ ବି’ରେ ସିଧାସଳଖ ସାମିଲ କରିଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook