Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସନରାଇଜର୍ସ ଟିମ ରହୁଥିବା ହୋଟେଲରେ ନିଆଁ

    Share on :
    ajab-Image
    Date: Apr 15, 2025    Views: 2961

    ହାଇଦ୍ରାବାଦ: ଅଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ ରହୁଥିବା ହୋଟେଲରେ ଆଜି ସକାଳେ ନିଆଁ ଲାଗିଥିଲା । ଏହାକୁ ଦମକଳ ବାହିନୀ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଥିଲେ । ଯାହାଫଳରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି । ନିଆଁକୁ ସଫଳତାର ସହ ଆୟତ୍ତ କରାଯାଇଥିବାରୁ ଦମକଳ ବାହିନୀକୁ ଟିମ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ମିଳିଥିବା ସୂତ୍ରରୁ ଜଣାଯାଇଛି, ଆଜି ସକାଳ ୯ଟା ୫୦ରେ ଦମକଳ ବାହିନୀକୁ ହୋଟେଲରେ ନିଆଁ ଲାଗିଯାଇଥିବାରୁ କଲ ଆସିଥିଲା । ଦମକଳବାହିନୀ ପକ୍ଷରୁ ୨ଟି ଦମକଳ ଘଟଣାସ୍ଥଳକୁ ପଠାଯାଇଥିଲା । ହୋଟେଲ ନିକଟରେ ପହଞ୍ଚିବା ପରେ କେବଳ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିଲା ବୋଲି ଜଣାପଡ଼ିଛି । ଏଥିରେ କେହି  ଖେଳାଳି କିମ୍ବା ହୋଟେଲ କର୍ମକର୍ତ୍ତା ଆହତ ହୋଇନାହାନ୍ତି । ବଞ୍ଜାର ହିଲର ରୋଡ ନଂ-୨ରେ ଅବସ୍ଥିତ ପାର୍କ ହୟାତ  ହୋଟେଲରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ରହୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ୬ଟି ମ୍ୟାଚ ଖେଳି ମାତ୍ର ୨ଟିରେ ବିଜୟୀ ହୋଇଛି । ଏହା ଫଳରେ ଦଳ ୪ ପଏଣ୍ଟ ପାଇ ତାଲିକାରେ ୯ମ ସ୍ଥାନରେ ରହିଛି । ମୁମ୍ବାଇ ଓ ରାଜସ୍ଥାନକୁ ମଧ୍ୟ ୪ ପଏଣ୍ଟ ଲେଖାଏଁ ମିଳିଥିବାବେଳ ଉନ୍ନତ ନେଟ ରନ ଯୋଗୁଁ ଏମାନେ ଉପରେ ଅଛନ୍ତି ।  

    Maximum 500 characters

    ଖେଳ ଖବର View all

    Find Us on Facebook