ମୁଖ୍ୟ ଖବର
ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଦୁର୍ଗାବିହାରର ଏକ ଲଜ୍ରେ ସେକ୍ସ ରାକେଟ୍ ଚାଲିଥିବା ସୂଚନା ପାଇ ଗୁରୁବାର ରାତିରେ ପୁଲିସ ଅତର୍କିତ ଚଢ଼ଉ କରିଛି । ଲଜରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଲଜ୍ ପରିଚାଳକ ସମେତ ୫ ଜଣ ଯୁବକଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା ଚଳାଇଛି । ଲଜ୍ରୁ ଅନେକ ଆପତ୍ତିଜନକ ସାମଗ୍ରୀ ପୁଲିସ ଜବତ କରିଛି । ଯୁବତୀଙ୍କ ସହ ଯୁବକମାନଙ୍କୁ ପୁଲିସ ଥାନାକୁ ଆଣି ଜେରା ଚଳାଇଛି ।
ସୂଚନା ଅନୁଯାୟୀ, ଏହି ଲଜ୍କୁ ଢେଙ୍କାନାଳ ସିମିନଇ ଅଞ୍ଚଳର ଜଣେ ଯୁବକ ଭଡ଼ାସୂତ୍ରରେ ନେଇ ପରିଚାଳନା କରୁଛି । ସେ ଯୁବତୀମାନଙ୍କୁ ଲଜକୁ ଡକାଇ ସେକ୍ସ ରାକେଟ୍ ଚଳାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଟାଉନ୍ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ ଓ ସ୍ପେଶାଲ ସ୍କ୍ୱାଡ଼୍ ଇନ୍ସପେକ୍ଟର ଅୟସ କାନ୍ତ ଜେନାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲା । ଲଜ୍ ପରିଚାଳକ ଓ ୪ ଜଣ ଯୁବକଙ୍କୁ ପୁଲିସ ଟିମ୍ କାବୁ କରିଥିବା ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରିଥିଲା ।
Comments ସମସ୍ତ ମତାମତ