Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ସେମିକନ୍ ଇଣ୍ଡିଆ ୨୦୨୬’ର ଶୁଭାରମ୍ଭ

    Share on :
    ajab-Image
    Date: Sep 17, 2026    Views: 2798

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମି କନଭେନସନ୍ ସେଣ୍ଟରରେ ବହୁ ପ୍ରତିକ୍ଷୀତ ଏବଂ ପ୍ରମୁଖ କାର୍ଯ୍ୟକ୍ରମ 'ସେମିକନ୍ ଇଣ୍ଡିଆ 2026' ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଦେଶୀୟ ଏବଂ ବିଦେଶୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ସେପ୍ଟେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ତିନିଦିନିଆ ସମ୍ମିଳନୀ ଏବଂ ପ୍ରଦର୍ଶନୀର ମୁଖ୍ୟ ଥିମ୍ 'ସିଲିକନ୍ ରୁ ସିଷ୍ଟମ୍ ପର୍ଯ୍ୟନ୍ତ- ଇକୋ ସିଷ୍ଟମର ନିର୍ମାଣ' ରହିଛି । ଏହି କାର୍ଯ୍ୟକ୍ରମରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳା ସହ ଜଡିତ ବିଶ୍ୱସ୍ତରୀୟ ଏବଂ ଭାରତୀୟ କମ୍ପାନୀ, ନୀତି ନିର୍ଦ୍ଧାରକ, ବିନିଯୋଗକାରୀ, ଗବେଷକ, ଷ୍ଟାର୍ଟଅପ୍ ଏବଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଛନ୍ତି ।
    ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତରେ ସେମିକଣ୍ଡକ୍ଟର କ୍ଷେତ୍ରରେ ପାରସ୍ପରିକ ସହଯୋଗ, ବୃହତ ନିବେଶ, ନବସୃଜନ ଏବଂ ପ୍ରତିଭା ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା । ଏଥିରେ ସେମିକଣ୍ଡକ୍ଟର ସାମଗ୍ରୀ, ଉପକରଣ, ଚିପ୍ ଡିଜାଇନ୍ ଠାରୁ ଆରମ୍ଭ କରି ଉତ୍ପାଦନ, ଉନ୍ନତ ପ୍ୟାକେଜିଂ ଏବଂ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟକୁ ପ୍ରଦର୍ଶିତ କରାଯାଉଛି । ନୂତନ 'ବାଲୁକାରୁ ସିଲିକନ୍ ଏବଂ ସିଷ୍ଟମ୍' ଅଭିଜ୍ଞତା ଏହି ସମ୍ପୂର୍ଣ୍ଣ ଯାତ୍ରାକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରୁଛି । ଏହି ସମ୍ମିଳନୀରେ ଡିସପ୍ଲେ ଶିକ୍ଷା ଓ ପ୍ରଗତି, ସହଯୋଗ, ବିଭିନ୍ନ ଦେଶର ଅଂଶଗ୍ରହଣକୁ ସହଜ କରିବା ପାଇଁ ୬ଟି କଣ୍ଟ୍ରି ରାଉଣ୍ଡଟେବଲ୍ ଏବଂ ମହିଳା ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ଆୟୋଜିତ ହୋଇଛି ।

    ଏହି ବୃହତ ପ୍ରଦର୍ଶନୀରେ ବିଶ୍ୱର ୫୨ଟି ଦେଶରୁ ୬୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ପ୍ରାୟ ୫୦,୦୦୦ ଆଗନ୍ତୁକ, ୪୦୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ୧୫୦ରୁ ଅଧିକ ବିଶେଷଜ୍ଞ ବକ୍ତା ଭାବେ ଯୋଗଦେଇଛନ୍ତି । ପ୍ରଦର୍ଶନୀ ପରିସରରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲାଣ୍ଡ, ସିଙ୍ଗାପୁର ଏବଂ ସ୍ୱିଡେନର ପ୍ରତିନିଧିତ୍ୱ କରୁଥିବା ୬ଟି କଣ୍ଟ୍ରି ପାଭିଲିୟନ୍, ୧୨ଟି ରାଜ୍ୟର ବୁଥ୍, ଏକ ସ୍ୱତନ୍ତ୍ର ଷ୍ଟାର୍ଟଅପ୍ ପାଭିଲିୟନ୍, ଇନୋଭେସନ୍ ଶୋକେସ୍ ଏବଂ ଛାତ୍ରମାନଙ୍କ ପାଇଁ ହାକାଥନ୍ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଭାରତକୁ ବିଶ୍ୱର ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ ଭାବେ ପ୍ରତିଷ୍ଠା କରିବାରେ ସହାୟକ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook