Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶେଖ ହସିନା ଙ୍କୁ ୨୧ ବର୍ଷ କାରାଦଣ୍ଡ

    Share on :
    ajab-Image
    Date: Nov 27, 2025    Views: 3141

     ବାଂଲାଦେଶ : ବାଂଲାଦେଶର ଏକ ଅଦାଲତ ୩ଟି ଦୁର୍ନୀତି ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ଖବର ଅନୁସାରେ ପୂର୍ବଚୋଲରେ ରାଜୁକ-ନ୍ୟୁ-ଟାଉନ୍ ପ୍ରକଳ୍ପରେ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ଏହି ତିନୋଟି ମାମଲା ହସିନାଙ୍କ ବିରୋଦ୍ଧରେ ରୁଜୁ ହୋଇଥିଲା । ହସିନାଙ୍କ ଅନୁପସ୍ଥିତିରେ ବିଚାରପତି ଏହି ରାୟ ଶୁଣାଇଛନ୍ତି କାରଣ ପଳାୟନ ପାଇଁ  ତାଙ୍କୁ ଏପର୍ୟ୍ୟନ୍ତ ଗିରଫ କରାଯାଇ ନାହିଁ । ତାଙ୍କ ଅନୁପସ୍ଥିତିରେ ତାଙ୍କ ବିରୁଦ୍ଧରେ ବିଚାର କରାଯାଇଥିଲା । ପ୍ରତ୍ୟେକ ମାମଲାରେ ହସିନାଙ୍କୁ ସାତ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା, ୩ ଟି ଘଟଣାରେ ମୋଟ ୨୧ ବର୍ଷ କାରାଦଣ୍ଡ ଶୁଣାଇଛି ଅଦାଲତ । ଅଦଲ ତାର ବିଚାର ଅନୁସାରେ ବିବାଦୀୟ ଜମି କୌଣସି ଆବେଦନ ବିନା ଏବଂ ଆଇନଗତ ଭାବରେ ଅଧିକୃତ କ୍ଷେତ୍ରାଧିକାର ନିୟମ ଉଲଂଘନ କରି ଶେଖ ହାସିନାଙ୍କୁ ଦିଆ ଯାଇଥିଲା । ପୂର୍ବରୁ ତାଙ୍କୁ ନରସଂହାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ଅନ୍ୟ ଅଦାଲତ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook