Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାଳଲହଡ଼ାରେ ସ୍କ୍ରବ୍ ଟାଇଫସ୍ : ଚିହ୍ନଟ ୨ ମହିଳା

    Share on :
    ajab-Image
    Date: Sep 10, 2026    Views: 3964

    ପାଳଲହଡ଼ା:  ପାଳଲହଡ଼ା ବ୍ଲକ୍‌ ରୋହିଲା ପଞ୍ଚାୟତର ମଗରମୁହାଣ ଗ୍ରାମରେ ଦୁଇଜଣ ମହିଳାଙ୍କ ରକ୍ତ ନମୁନା ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ସେମାନେ ହେଲେ ଭାନୁମତୀ ନାଏକ ଓ ଲକ୍ଷ୍ମୀ ଧୀର । ରକ୍ତ ନମୁନା ପଜିଟିଭ୍ ଆସିବା ପରେ ଉଭୟ ଘରୋଇ ହସ୍ପିଟାଲ ଓ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ବର୍ତ୍ତମାନ ଉଭୟ ନିଜ ଗାଁରେ ରହି ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।
    ଗାଁକୁ ଗାଁ ସ୍କ୍ରବ୍ ଟାଇଫସ୍ ବ୍ୟାପୁଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ରୋଗର ନିୟନ୍ତ୍ରଣ ଓ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଡାକ୍ତରୀ ଦଳ ପଠାଇବା ସହ ସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରିବାକୁ ଦାବି ହୋଇଛି । ଆଗକୁ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ନ ବଢ଼େ, ସେଥିପାଇଁ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ରୋହିଲା ସରପଞ୍ଚ ଦିବ୍ୟଲୋଚନ ନାଏକ ଓ ଗ୍ରାମ ସଭାପତି ସନାତନ ପ୍ରଧାନ ନିବେଦନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook