Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍କ୍ରବ ଟାଇଫସ: ବରଗଡ଼ ଓ ସୁନ୍ଦରଗଡ଼ ଗଲେ ସ୍ୱତନ୍ତ୍ର ଟିମ୍

    Share on :
    ajab-Image
    Date: Sep 18, 2023    Views: 3717

    ଭୁବନେଶ୍ବର: ସ୍କ୍ରବ ଟାଇଫସରେ ମୃତ୍ୟୁର ତଦନ୍ତ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଗଲେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ । ଏହି ଟିମରେ ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ଅଛନ୍ତି। ବରଗଡରୁ ୫ ଓ ସୁନ୍ଦରଗଡ଼ରୁ ଜଣଙ୍କ ମୃତ୍ୟୁ ଖବର ମିଡ଼ିଆରେ ଆସିଥିଲା। ହେଲେ ସେମାନଙ୍କ ଟେଷ୍ଟ ଘରୋଇ ହସ୍ପିଟାଲରେ ହୋଇଥିଲା। କଣ ଟେଷ୍ଟ ହୋଇଥିଲା ଓ କେମିତି ମୃତ୍ୟୁ ଘଟିଛି ତାହାର ତଦନ୍ତ ଚାଲିଛି।  ଘରୋଇ ହସ୍ପିଟାଲ ସହ ଆଲୋଚନା ହେବ। ଯେଉଁଥିରେ ମୃତକଙ୍କୁ ନେଇ ତଥ୍ୟ ସଂଗ୍ରହ ହେବ। ଘରୋଇ ହସ୍ପିଟାଲ କାର୍ଡ ଟେଷ୍ଟ କରୁଛନ୍ତି।  ଯାହା ଠିକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ହେଲେ ତାହା ପ୍ରକୃତ ଟେଷ୍ଟ ନୁହେଁ ।  କେବଳ ଏଲିଶା ପଦ୍ଧତିରେ ଟେଷ୍ଟ ହେଲେ ହି ସଠିକ ତଥ୍ୟ ମିଳିବ। ସରକାରୀ ହସ୍ପିଟାଲରେ ଏଲିଶା ପଦ୍ଧତିରେ ପରୀକ୍ଷା ହେଉଛି । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

    Maximum 500 characters

    ତାଜା ଖବର View all

    Find Us on Facebook