ଭୁବନେଶ୍ୱର :ବଢ଼ୁଛି ସ୍କ୍ରବ ଟାଇଫ୍ସ। ଆଜି ପୁଣି ୧୧ ଚିହ୍ନଟ ହୋଇଛି। ଏହା ସହ ସଂଖ୍ୟା ୧୮୦ରେ ପହଞ୍ଚିଛି। ୫୪ଟି ନମୁନା ମଧ୍ଯରୁ ୧୧ ସ୍କ୍ରବ ଟାଇଫସ୍ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି। ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଜଣ ଚିହ୍ନଟ ହୋଇଥିବାବେଳେ ୧୫ ତାରିଖରେ ୭ ଚିହ୍ନଟ ହୋଇଥିଲେ। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ଏହା ମଧ୍ୟରେ ଅଗଷ୍ଟ ୨୩ରେ ସୁନ୍ଦରଗଡ଼ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ଦେହରେ ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇଥିଲା
କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଥିବା, ଆବଶ୍ୟକ ପଡ଼ିଲେ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
Comments ସମସ୍ତ ମତାମତ